ଅସନବାହାଳି ଗ୍ରାମର ଗ୍ରାମବାସୀ ମାନେ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ
ଅସନବାହାଳି ଗ୍ରାମର ଏକ କୋଠ ଜାଗା ଯେଉଁଥିରେ ଗ୍ରାମ ବାସିମାନେ ଟ୍ରାନ୍ସଫର୍ମର ଓ କୂଅ କରି ଗ୍ରାମବାସୀ ମାନେ ଚଳପ୍ରଚଳ କରନ୍ତି । ସେହି ଜାଗାକୁ ଗ୍ରାମର ଜଣେ ବ୍ୟକ୍ତି ସୁମନ୍ତ କୁମାର ଦାସ ପିତା – ସଚ୍ଚିଦାନନ୍ଦ ଦାସ ଜୋର ଜବରଦସ୍ତ ଅତିଆର କରି ଗ୍ରାମ ବାସି ମାନଙ୍କୁ କୂଅ ରୁ ପାଣି ପାଇଁ ବନ୍ଦ କରୁଛି । ଗ୍ରାମ ବାସି ମାନେ ଗ୍ରାମରେ ସଭା କରି କହିବା ରୁ ସଭାରେ ଗ୍ରାମ ବାସି ମାନଙ୍କୁ ଗାଳି ଗୁଲଜ କରି ଯୋଉଠୀକି ଯିବା କଥା ଜା କଲେକ୍ଟର , ତହସିଲଦାର ମୋର କିଛି କରିପାରିବେନି କହୁଚି । ଏଥିପାଇଁ ଗ୍ରାମ ର ସଭାପତି ଆର୍ତ୍ତ ବନ୍ଧୁ ଦାସ ସମ୍ପାଦକ ମଳୟ ଦାସ ଓ ଶତାଧିକ ଗ୍ରାମ ବାସି ମାନେ ଆଜି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା ଓ ତହସିଲଦାର ଙ୍କୁ ଦାବିପତ୍ର ଦେଇଛନ୍ତି

May 1, 2026/
No Comments


