*ବିକାଶର ନଗ୍ନଚିତ୍ର-ହିନ୍ଦୋଳ ଏନଏସି ରେ ପାନୀୟଜଳ ପାଇଁ ରାସ୍ତାରୋକ*=( ସମାଧାନପାଇଁ ଉପଜିଲ୍ଲାପାଳଙ୍କ ପ୍ରତିଶୃତିପରେ ଧାରଣା ପ୍ରତ୍ୟାହୃତ)

ହିନ୍ଦୋଳ-ପ୍ରଚଣ୍ଡ ରୌଦ୍ରତାପରେ ହାହାକାର ହୋଇଯାଇଛି ସମଗ୍ର ଓଡିଶା ଏବଂ ସେଥିରୁ ବାଦ ପଡ଼ିନାହିଁ ଢେଙ୍କାନାଳ ଜିଲ୍ଲାର ଚିରଅବହେଳିତ ହିନ୍ଦୋଳ ନିର୍ବାଚନମଣ୍ଡଳୀ ଏବଂ ହିନ୍ଦୋଳ ଏନଏସି। ପାନୀୟଜଳ ସଙ୍କଟ ସମାଧାନ ପାଇଁ ବାରମ୍ବାର ଦୌଡ଼ିଦୌଡ଼ି ଏନଏସି କର୍ତୃପକ୍ଷ ଓ ପ୍ରଶାସନକୁ ଗୁହାରି କରି ନିରାଶ ହିନ୍ଦୋଳ ଏନଏସି ୱାର୍ଡନଂ-୧୨ର ବନମାଳୀପୁରଗ୍ରାମର ଶତାଧିକ ମହିଳା ପ୍ରଚଣ୍ଡ ଖରା ସତ୍ୱେ ଆଜି ଗ୍ରାମମଝିରେ ଗରା,ମାଠିଆ,ବାଲଟି ରଖି ହିନ୍ଦୋଳ-ଗୁଡ଼ିଆକାଟେଣୀ ମୁଖ୍ୟରାସ୍ତା ସକାଳ ସାତରୁ ଦିନ ଏଗାରଟା ଚାରିଘଣ୍ଟା ଅବରୋଧ କରିଥିଲେ ପଳରେ ଶହଶହ ଗାଡିମୋଟର ସହ ପଥଚାରି ଉଭୟପାର୍ଶ୍ୱରେ ଅଟକି ରହି ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସ୍ଥାନୀୟ ମହିଳାମାନଙ୍କ କହିବାକଥା ୱାର୍ଡନଂ୧୨ର ପାନୀୟଜଳ ସମସ୍ୟା ଦୈନନ୍ଦିନ ଘଟଣା,ଏଥିପାଇଁ ହିନ୍ଦୋଳ ଏନଏସି ଓ ଉପଜିଲ୍ଲାପାଳଙ୍କୁ କିଛିଦିନ ତଳେ ଶତାଧିକ ମହିଳା ଅଭିଯୋଗ କରିଥିଲେ ଏବଂ ସମାଧାନ ନହେବାରୁ ଆଜି ରାଜରାସ୍ତାରେ ପ୍ରଚଣ୍ଡ ଖରାରେ ନିଜ ଜୀବନକୁ ବିପର୍ଣ୍ଣ କରି ପାଣି ମୁନ୍ଦେପାଇଁ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଦେଇଛନ୍ତି।ଏଥିସହ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଆଗରେ କ୍ଷୋଭପ୍ରକାଶ କରି କହିଛନ୍ତି ନିର୍ବାଚନବେଳେ ମେଞ୍ଚାମେଞ୍ଚା ମିଥ୍ୟା ପ୍ରଲୋଭନ,ପ୍ରତିଶୃତି ସହ ପାନୀୟଜଳ ସମସ୍ୟାର ସବୁଦିନିଆ ସମାଧାନ ଏବଂ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ କହି ଭୋଟ ହାତେଇନେବା ପରେ ଆଉ ଦିନକପାଇଁ ଆଡ଼ ଆଖିରେ ଅନାନ୍ତିନାହିଁ ଏପରିକି ପାଞ୍ଚବର୍ଷ ପାଇଁ ଅଞ୍ଚଳରେ ପାଦ ପକାନ୍ତି ନାହିଁ ତଳୁ ଉପରଯାଏ ସମସ୍ତ ନିର୍ବାଚିତ ଜନପ୍ରତିନିଧି ଏବଂ ସେଥିପାଇଁ ସମସ୍ତ ଜଳକର, ହୋଲଡିଂଟାକ୍ସ, ଅଳିହାଟାକ୍ସ, ବିଦ୍ୟୁତକର ଇତ୍ୟାଦି ସମସ୍ତ କର ସଠିକ ଭାବରେ ପୈଠ କରିମଧ୍ୟ ଗରିବ ଭୋଟର ମାନଙ୍କର ସାମାନ୍ୟତମ ମୌଳିକ ସମସ୍ୟାର ହୋଇପାରୁନାହିଁ ସମାଧାନ ।

ତେବେ ଖବରପାଇ ହିନ୍ଦୋଳବାସୀଙ୍କ ପାଇଁ ଆଶାର କିରଣ ପାଲଟିଥିବା ତଥା ସ୍ଥାନୀୟ ଉପଜିଲ୍ଲାପାଳ ପ୍ରଭାସ ବେଉରା ଦିନ ୧୧ରେ ବେଳେ ଥାନା ଅଧିକାରିଣୀ ଚାରୁଲତା ବେହେରା, କର୍ମଚାରୀମାନଙ୍କ ସହ ଘଟଣାସ୍ଥଳରେ ପହଂଚି ଦୁଇଦିନ ଭିତରେ ଗୋଟିଏ ନଳକୂପ ଖନନସହ ସମସ୍ୟା ସମାଧାନପାଇଁ ପ୍ରତିଶୃତି ଦେବାରୁ ମହିଳାମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ।ତେବେ ସମସ୍ୟା ସମାଧାନ ନହେଲେ ପୁଣିଥରେ ରାଜରାସ୍ତାକୁ ଉଲ୍ହାଇବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ମହିଳାମାନେ l



