ଗୋଡଭଗା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମୁରାସୁର ଦରବାର ଦ୍ୱିତୀୟ ରଜନୀ

ବରଗଡ:୨୬/୪(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ବ୍ଲକ ଗୋଡଭଗାକ୍ୟାମ୍ପ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ୪ର୍ଥ ଦିନ ଅନୁଷ୍ଠିତ ହୋଇଛି । ଶନିବାର ପ୍ରାତଃକାଳେ ଆବାହିତ ଦେବାଦେବିଙ୍କ ଯଥାବିହିନ ପୂଜନ,ଦେବତା ମହାସ୍ନାନ,ବୈଦିକ ସୁକ୍ତ,ଗୋପାଳ ସହସ୍ରନାମ,ରୁଦ୍ରଯାଗ ହୋମ ଆଦି ପୂଜା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅତିଥିଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ଯଞ୍ଜମଣ୍ଡପ ଓ ମନ୍ଦିର ଦର୍ଶନ କରିଥିଲେ । ଆଜି ଅନୁଷ୍ଟିତ ମୁରାସୁର ଦରବାର ଦ୍ୱିତୀୟ ରଜନୀରେ ହୃଷିକେଶ ଭୋଇଙ୍କ ସହିତ ଦଳ ନାଟକ ପରିବେଷଣ କରିଥିଲେ । ମୁରାସୁର ବଦ୍ଧ ନାଟକରେ ବାଳି ସୁଗ୍ରୀବ ଯୁଦ୍ଧ,ବାଳୀ ବଦ୍ଧ,ଅଙ୍ଗଦ ବରପ୍ରାପ୍ତୀ, ଶ୍ରୀରାମଙ୍କ ଜଳ ସମାଧି ଆଦି ପରିବେଷଣ ହୋଇଥିଲା । ଏଥିସହିତ ମାଁ ମଙ୍ଗଳା ପାଳା ପରିଷଦ,ଢେଙ୍କାନାଲ ଓ କଳା ଜୀବୀ ସାଂସ୍କୃତିକ ଅନୁଷ୍ଠାନ, ବରଗଡ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଅବସରରେ ହଜାର ହଜାର ସଂଖ୍ୟାରେ ଭକ୍ତମାନଙ୍କର ସମାଗମ ହୋଇଥିଲା ।
ହେମାଲୀ ସଂଘ ତରଫରୁ ଜଗନ୍ନାଥ ମନ୍ଦିରକୁ ଯୁଗାର ଯାତ୍ରା
ଅତାବିରା ତା୨୬.୪ (ଇମିସ) – ଭାରତୀୟ ଖାଦ୍ୟ ନିଗମ ଗୋଡଭଗାର ହେମାଲି ସଂଘ ତରଫରୁ ଯୁଗାର ଯାତ୍ରା ଅନୁଷ୍ଠିତ ହୋଇଛି । ଏନେଇ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ଖାଦ୍ୟ ନିଗମରୁ ବାହାରି ଯଞ୍ଜମଣ୍ଡପକୁ ଯାଇଥିଲା । ଏଥିରେ ବହୁ ସଂଖ୍ୟାରେ ପୁରୁୁଷ ଓ ମହିଳାମାନେ ସାମିଲ ଥିଲେ ।



