ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟରେ ଯୋଗ ଦାନ
ଅନୁଗୋଳ,ତା.୨୯.୦୪:- ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡେପୁଟୀ କଲେକ୍ଟର ଶ୍ରୀ ଜୟଜିତ୍ ଧଳ ଆଜି ଅପରାହ୍ନରେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧୋକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଦାୟିତ୍ବରେ ଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କେ ଶ୍ରବଣକୁମାରଙ୍କ ଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ପ୍ରକାଶଥାଊ କି, ଶ୍ରୀ ଶ୍ରବଣ କୁମାରଙ୍କୁ ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ( ପି ଆର ଓ) ଭାବେ ନିୟୋଜିତ କରାଯାଇଛି । ଏହି ଅବସରରେ ଡେପୁଟୀ କଲେକ୍ଟର ଶ୍ରୀ ଧଳ ଆଗାମୀ ଦିନରେ ନିଜର ଦାୟିତ୍ବ ସୂଚାରୁରୁପେ ତୁଲାଇବା ପାଇଁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ସମସ୍ତ ଗଣମାଧ୍ୟମର ପ୍ରତିନିଧୂମାନଙ୍କ ସାହାଯ୍ୟ ସହଯୋଗ କାମନା କରିଛନ୍ତି ।



