“ଜ୍ଞାନ ପୋଷ୍ଟ୍” ର ଉଦ୍ଘାଟନ – ଶିକ୍ଷାଗତ ସାମଗ୍ରୀ ପାଇଁ ସସ୍ତା ଓ ସୁବିଧାଜନକ ବିତରଣ ସେବା ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟ ଡାକ ବିଭାଗ ଦ୍ୱାରା ଏକ ନୂତନ ଡାକ ସେବା “ଜ୍ଞାନ ପୋଷ୍ଟ୍” ୧ ମଇ ୨୦୨୫ ରୁ ଆରମ୍ଭ କରାଯାଇଅଛି , ଯାହା ମାଧ୍ୟମରେ ଶିକ୍ଷାଗତ ପାଠ୍ୟପୁସ୍ତକ ଓ ପ୍ରିଣ୍ଟ ଶିକ୍ଷା ସାମଗ୍ରୀ ସସ୍ତା ମୂଲ୍ୟରେ ପଠାଯାଇପାରିବ। “ଜ୍ଞାନ ପୋଷ୍ଟ୍” ର ମୁଖ୍ୟ ବିଶେଷତା ହେଉଛି କି ଏହା ଦ୍ୱାରା ଯୋଗ୍ୟ ସାମଗ୍ରୀ: ମାନ୍ୟତାପ୍ରାପ୍ତ ବୋର୍ଡ, ବିଶ୍ୱବିଦ୍ୟାଳୟ, ସଂସ୍ଥାଗତ ଓ ସ୍ୱୟଂଶାସିତ ସରକାରୀ ସଂସ୍ଥା ଦ୍ୱାରା ପ୍ରସ୍ତାବିତ ପୁସ୍ତକ; ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ସାହିତ୍ୟ; ପ୍ରତିଯୋଗିତା ପରୀକ୍ଷା ପାଇଁ ପଢ଼ା ସାମଗ୍ରୀ ଶସ୍ତା ମୂଲ୍ୟ ରେ ଡା଼କଯୋଗେ ପଠାଯାଇପାରିବ । ଜ୍ଞାନ ପୋଷ୍ଟ୍ ଏକ ସବୁଠୁ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଯାହା ଶିକ୍ଷାକୁ ସମ୍ପ୍ରସାରଣ କରିବାରେ ସାହାଯ୍ୟ କରିବ ଓ ଭାରତର ଶିକ୍ଷା ଢଞ୍ଚାକୁ ଶକ୍ତିଶାଳୀ କରିବ। ଆଜି ଢେଙ୍କାନାଳ ଡା଼କମଣ୍ଡଳ ତରଫରୁ ଢେଙ୍କାନାଳ ଏବଂ ଅନଗୁଳ ପ୍ରଧାନ ଡାକଘରେ ‘ଜ୍ଞାନ ପୋଷ୍ଟ ‘ ର ଶୁଭାରମ୍ଭ ହେବ ସହିତ ଢେଙ୍କାନାଳ ପ୍ରଧାନ ଡାକଘରେ ପ୍ରଥମ ‘ଜ୍ଞାନ ପୋଷ୍ଟ ର ବୁକିଙ୍ଗ କରାଯାଇଅଛି ।

ଏହି ଉତ୍ସବରେ ଢେଙ୍କାନାଳ ଡା଼କମଣ୍ଡଳର ଉପ ଅଧୀକ୍ଷକ ଶ୍ରୀଯୁକ୍ତ ଅମୁଲ୍ୟ ପ୍ରସାଦ ପଣ୍ଡା , ଅଫିସ ସୁପରଭାଇଜର ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ନାୟକ , ଢେଙ୍କାନାଳ ପ୍ରଧାନ ଡାକଘରର ଡାକପାଳ ଶ୍ରୀଯୁକ୍ତ ସତ୍ୟବାଦୀ ଦାସ , ଡାକ ଜୀବନବୀମା ବିକାଶ ଅଧିକାରୀ ଶ୍ରୀଯୁକ୍ତ ଦୀପ୍ତି ରଞ୍ଜନ ସାମନ୍ତଙ୍କ ସମେତ ଜନସାଧାରଣ ଓ ଢେଙ୍କାନାଳ ଡା଼କଅଧିକ୍ଷକଙ୍କ କାର୍ଯ୍ୟାଳୟ ଏବଂ ପ୍ରଧାନ ଡାକଘରର ସମସ୍ତ ଡାକ କର୍ମଚାରୀ ଉପସ୍ଥିତ ଥିଲେ ।ଉକ୍ତ ସେବା ବିଷୟରେ ସବିଶେଷ ବିବରଣୀ ପାଇଁ ଢେଙ୍କାନାଳ ଡା଼କମଣ୍ଡଳ ତରଫରୁ ଡାକ ବିଭାଗର ୱେବ ସାଇଟକୁ ପରିଦର୍ଶନ କରିବା ପାଇଁ ଅନୁରୋଧ କରାଯାଉଅଛି ।



