ପୂରୀ: ପବିତ୍ର ଅକ୍ଷୟ ତୃତୀୟା ଦିନ ବିଶ୍ବ ପ୍ରଶିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ହେଲା ଶୁଭାରମ୍ଭ। ଏହି ଦିନଠାରୁ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଆଜିଠାରୁ ବିଧିବଦ୍ଧ ଭାବେ ରଥଖଳାରେ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରଥଯାତ୍ରା ପାଇଁ ଆଜି ବସିବ ପ୍ରଥମ ସମନ୍ବୟ ବୈଠକ।
ଚଳିତବର୍ଷ ଜୁନ୍ ୨୭ ତାରିଖରେ ହେବାକୁ ଥିବା ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି।
ଆଜି ପୁରୀ ପୌରସଦନରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ଯକ୍ଷତାରେ ବସିବ ପ୍ରଥମ ରଥ ସମନ୍ୱୟ କମିଟି ବୈଠକ।ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଭାଗର ଆକ୍ସନ ପ୍ଲାନ ରିପୋର୍ଟ ଦାଖଲ କରିବେ। ଏହା ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦୁଇଦୁଇ ଥର ହୋଇଥିବା ପ୍ରସ୍ତୁତି ବୈଠକରେ ଏନେଇ ସବୁ ଅଧିକାରୀଙ୍କୁ ଡେଡଲାଇନ ଦିଆଯାଇଥିଲା। ବୈଠକରେ ଜିଲ୍ଲାପାଳ,ଏସପି, ବିଧାୟକ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସେବାୟତ ଓ ବୁଦ୍ଧିଜୀବୀ ଉପସ୍ଥିତ ରହିବେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

