ତାଳଚେରରେ ବଡ଼ଧରଣର ଡ଼କାୟତି
ତାଳଚେର, ୦୪/୦୫ ତାଳଚେର କୋଲିୟରୀ ଥାନା ଦେଉଳବେଡ଼ା ଅଂଚଳର ଅଶୋକ ଦାସଙ୍କ ଘରୁ ବୁଧବର ସନ୍ଧ୍ୟାରେ ଏକ ବଡ଼ ଧରଣର ଡ଼କାୟତି ହୋଇଯାଇଛି । ପରିବାର ଲୋକ ଏକ ବିଭାହ ଉତ୍ସବରେ ଯୋଗଦେଇଥିବା ବେଳେ ଦୁୃର୍ବୁତ ଘର କବାଟ ଭାଙ୍ଗି ପ୍ରାୟ ୮୦ଭରି ସୁନା ଏବଂ ୧ଲକ୍ଷ ଟଙ୍କା ନେଇ ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସେହି ଅଂଚଳରେ ଆତଙ୍କ ଖେଳାଇ ଦେଇଛି । ଦୃର୍ବୁତମାନେ ଘର ଭିତରେ ୮୦ଭରି ସୁନା ଓ ୧ଲକ୍ଷ ଟଙ୍କା ନେବାପରେ ଅନ୍ୟାନ୍ୟ ନାମୀଦାମୀ ଜିନିଷପତ୍ର ଖୋଜାଖୋଜି କରୁଥିବା ବେଳେ ପରିବାର ଲୋକେ ଘରକୁ ପଂହଚି ଯାଇଥିଲେ । କବାଟ ଭଙ୍ଗା ଯାଇଥିବା ଦେଖି ତୁରନ୍ତ ଭିତରୁ ଯାଇ ଦେଖିଲା ବେଳେକୁ ଦୃର୍ବୁତମାନେ ଲୁଟାପାଟ୍ କରୁଥିଲେ । ଦୃର୍ବୁତମାନେ ଚମ୍ପଟ ମାରୁଥିବା ବେଳେ ପରିବାର ଲୋକ ତାଙ୍କୁ କାବୁ କରିବାକୁ ଯାଇ ଦୃର୍ବୁତଙ୍କ ଭୂଜାଲି ଓ ରଡ଼ ମାଡ଼ର ଶୀକାର ହୋଇ ଲହୁଲୁହାଣ ହୋଇଥିଲେ । ଏପରିକି,ଦୃର୍ବୁତମାନେ ପ୍ରମାଣ ନଷ୍ଟ କରିବାକୁ ଯାଇ ଘରେ ଲାଗିଥିବା ସିସି ଟିଭି ହାର୍ଡ଼ଡ଼ିସ୍କ ନେଇ ଯାଇଥିବା ବେଳେ ଧସାଧସି ବେଳେ ହାଡ଼ଡ଼ିସ୍କ ଟି ଓ କିଛି ଅଳଙ୍କାର ମଧ୍ୟ ଖସି ପଡ଼ିଥିଲା । ଦୀର୍ଘ ସମୟ ଧରି ପରିବାର ଲୋକ ଖୋଜାଖୋଜି କରିବାପରେ ଧସ୍ତାଧସ୍ତି ହୋଇଥିବା ସ୍ଥାନରେ ସିସିଟିଭି ହାର୍ଡ଼ଡ଼ିସ୍କ ଏବଂ କିଛି ସୁନାଗହଣା ପଡ଼ିଥିବା ଦେଖିଥିଲେ । ଏସଂକ୍ରାନ୍ତରେ ପରିବାର ଲୋକ ଥାନାରେ ଅଭିଯୋଗ କରିବାପରେ ପୋଲିସ୍ ଘଟଣା ସ୍ଥଳକୁ ଆସି ହାର୍ଡ଼ଡ଼ିସ୍କ ଏବଂ ସୁନାଗହଣା ଜବତ କରିବା ସହିତ ଦୃର୍ବୁତମାନେ ଛାଡ଼ି ଯାଇଥିବା ପଲସର୍ ବାଇକଟିକୁ ଜବତ କରିଥିବା ମଧ୍ୟ ଜଣାପଡ଼ିଛି । ପୋଲିସ୍ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ସାଂଇଟିଫିକ୍ ଟିମ୍ ସେଠାରେ ପଂହଚି ଖୋଳତାଡ଼ ଆରମ୍ଭ କରିଥିବା ବେଳେ ଦୃର୍ବୁତମାନେ ଧରାପଡ଼ିନଥିବା ଜଣାପଡ଼ିଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-16-scaled.jpg)

