ବ୍ରିଜ୍ କାମରେ ବ୍ୟାପକ ଅନିୟମିତତା ୬ମାସ ନପୁରୁଣୁ ନୂତନ ସରାଙ୍ଗ ବ୍ରିଜରେ ଗର୍ତ
ତାଳଚେର, ୦୪/୦୫ ତାଳଚେର ପର୍ଜଙ୍ଗକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୫୩ ସନ୍ଥପଡ଼ା ବ୍ରାହ୍ମଣୀ ନଦୀ ଉପରେ ପ୍ରାୟ ୯ଶହ ମିଟର ଲମ୍ବ ନୂତନ ସେତୁ ପାଖାପାଖି ୧ବର୍ଷ ହେବ ନିର୍ମାଣ କରାଯାଇଥିଲା । ଏହା ପୂର୍ବରୁ ଉଦଘାଟନ ପରେ ଗାଡ଼ି ଚଳାଚଳର ଏକମାସ ଭିତରେ ସେତୁ ଉପରେ ଦୁଇଟିି ସ୍ଥାନରେ ବନବଡ଼ ଗର୍ତ ସୃଷ୍ଟି ହୋଇଥିଲା । ଏହି ଖବର ପ୍ରଚାରିତ ହେବାପରେ ଠିକାଦାର ତୁରନ୍ତ ସେଗୁଡ଼ିକୁ ବନ୍ଦକରିଦେଇଥିଲା । ପୁନଶ୍ଚ ୬ମାସ ସେତୁକୁ ନହେଉଣୁ କାଳବୈଶାଖୀ ପ୍ରଭାବରେ ଅନ୍ୟ ଏକ ସ୍ଥାନରେ ଼ବଡ଼ ଗର୍ତ ସୃଷ୍ଟି ହେବା ଦ୍ୱାରା ତଳେ ବୋହି ଯାଉଥିବା ବ୍ରାହ୍ମଣୀ ନଦୀ ଜଳସ୍ତରକୁ ସ୍ପଷ୍ଟ ଦେଖାଯାଉଛି । ଫଳରେ ଏହି ବ୍ରିଜ ଉପରେ ଯିବା ଆସିବାକୁ ପଥଚାରୀମାନେ ଏବେ ଭୟ କରିବା ସହିତ ସେଠାରେ ଏହାକୁ ନେଇ ଅଂଚଳବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତାଳଚେର ଅଂଚଳରୁ ଏହି ବ୍ରିଜ୍ ଦେଇ ଯାଜପୁର, ଢ଼େଙ୍କାନାଳ ଓ ଅନୁଗୋଳ ଜିଲ୍ଳାକୁ ହଜାର ହଜାର ସଂଖକ ଭାରୀଯାନ ଚଳାଚଳ କରିବା ନିମନ୍ତେ ଏକମାତ୍ର ସଂଯୋଗ କରୁଥିବା ଏହି ବ୍ରିଜ୍ଟି ସମସ୍ତଙ୍କ ଆଶା ଭରଷା ପାଲଟିଛି । ଯଦି ଏହି ବ୍ରିଜ୍ ଉପରେ ବାରମ୍ବାର ଏଭଳିଆ ଅଘଟଣ ଘଟେ ତେବେ ଏଥିରୁ ସ୍ପଷ୍ଟ ଅନୁମେୟ ଠିକାଦାର ଓ ଅସାଧୁ କର୍ମଚାରୀ ଏଥିରୁ କେତେ ମୁନାଫା ଉଠାଇଛନ୍ତି ଯାହା ଫଳରେକି ଏହି ବ୍ରିଜ ଉପରେ ବାରମ୍ବାର ଏଭଳି ଅଘଟଣ ଘଟି ଚାଲିଥିବା ଅଭିଯୋଗ ହେଉଛି । ଉକ୍ତ ରାଜପଥ ଓ ସେତୁର ସଂପ୍ରସାରଣ ନିମନ୍ତେ ସରକାରଙ୍କ ପକ୍ଷରୁ ବହୁତ ବ୍ୟବୟବରାଦ କରାଯାଇଥିବା ବେଳେ ଧାର୍ଯ୍ୟ ସମୟରୁ ବହୁ ବିଳମ୍ବରେ କାର୍ଯ୍ୟ କରାଯାଇ ଗତମାସରେ ନୂତନ ସେତୁ ଉପରେ ଗାଡ଼ି ଚଳାଚଳ ନିମନ୍ତେ ଜାତୀୟ ରାଜପଥ କର୍ତୁପକ୍ଷ ଅନୁମତି ପ୍ରଦାନ କରିଥିଲେ । ତେଣୁ ଏହାର ବିଧିବଦ୍ଧ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରନ୍ତା ବୋଲି ସାଧାରଣରେ କୁହାଯାଇଛି ।



