ମାଟ୍ରିକ ଟପ୍ପର ତାଳଚେର ସମୀକ୍ଷା ସାହୁ : ବିଭିନ୍ନ ମହଲରୁ ଶୁଭେଚ୍ଛାର ସୂଅ
ତାଳଚେର, ୦୪/୦୫ ତାଳଚେର ବ୍ଳକ ଅନ୍ତର୍ଗତ ବଙ୍ଗୁ ଗ୍ରାମର ସୁଜନ ସାହୁଙ୍କ ଝିଅ ତାଳଚେର ଥର୍ମାଲ ଡ଼ିଏଭି ସ୍କୁଲର ସମୀକ୍ଷା ସାହୁ ଶତକଡ଼ା ୯୫.୫ ପ୍ରତିଶତ ଅର୍ଥାତ୍ ୫୭୩ ନମ୍ବର ରଖି ଅନୁଗୋଳ ଜିଲ୍ଳାର ଟପ୍ପର ହୋଇଥିବା ଘଟଣା ତାଳଚେର ସମେତ ସମଗ୍ର ଜିଲ୍ଳାରେ ଖୁସିର ମାହୋଲ ଖେଳିଯାଇଛି । ସେ ଅକ୍ଳାନ୍ତ ପରିଶ୍ରମ କରି ଏହି ସଫଳତା ପାଇବା ସହିତ ତାଙ୍କ ବାପା, ମାଆ, ଗୁରୁଜନ, ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଆଶିର୍ବାଦରୁ ଆଜି ସଫଳତା ହାସଲ କରିପାରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ଏହି ଖବର ପ୍ରସାରିତ ହେବାପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୂଅ ଛୁଟି ଚାଲିଛି । ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ନେତା କାଳନ୍ଦୀ ସାମଲ ଫୋନ ଯୋଗେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସରପଂଚ ସହଦେବ ସାହୁ, ଅନନ୍ତ ନାହାକ, ଜଗଦିଶ ମିଶ୍ର, ପ୍ରକାଶ ସିଂହ, ପର୍ଶୁରାମ ବାରିକ ତାଙ୍କ ବଙ୍ଗୁ ସ୍ଥିତ ବାସଭବନରେ ପଂହଚି ଶୁଭେଚ୍ଛା ଜଣାଇବା ସହ ତାଙ୍କ ଶୁଭକାମନା କରିଛନ୍ତି । ତାଙ୍କର ପିତା ଶ୍ରୀ ସାହୁ ଶ୍ରମିକଭାବେ କାମ କରୁଥିବା ବେଳେ ମାଆ ସୀମାରାଣୀ ପ୍ରଧାନ ଗୃହିଣୀ ଅଟନ୍ତି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-16-scaled.jpg)

