
ଦଶମ ଶ୍ରେଣୀରେ ଏ-୧ ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା * ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କଲେ ଜିଲ୍ଲାପାଳ * ଆସପାୟର କୋଚିଂ ଏକ ଅଭିନଵ ପ୍ରୟାସ : ଛାତ୍ରଛାତ୍ରୀ ଢେଙ୍କାନାଳ : ୦୭/୨୫- ଆଜି ପୂର୍ବାହ୍ନରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଦଶମ ଶ୍ରେଣୀରେ ଏ -୧ ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ l ଏହି ପ୍ରରିପ୍ରେକ୍ଷୀରେ ସେ ନିଜର ଅତୀତର ସ୍ମୃତି ସ୍ୱରୂପ କହିଥିଲେ ଯେ, ସେ ତାଙ୍କ ସମୟରେ ଦଶମ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଥିଲେ ଯାହାକି ତାଙ୍କୁ ତଥା ତାଙ୍କ ପରିବାର ପାଇଁ ବହୁତ ଖୁସି ଓ ଗର୍ବ ଆଣିଦେଇଥିଲା l ଏହାସହିତ ସେ କହିଥିଲେ ଛାତ୍ରଛାତ୍ରୀ ନିଜର ଆଗାମୀ ଭବିଷ୍ୟତ ପାଇଁ ନିଜର ଲକ୍ଷ୍ୟ ଏବେଠାରୁ ସ୍ଥିର କରିବା ଦରକାର ଓ ସେହି ପଥରେ ଆଗେଇବା ଦରକାର l ଜିଲ୍ଲାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉତ୍ତମ ପରୀକ୍ଷା ଫଳ ପାଇଁ ଟେଷ୍ଟ ପରୀକ୍ଷାରେ ଯେଉଁ ପିଲାମାନେ ୮୦ ପ୍ରତିଶତ ରୁ ଅଧିକ ମାର୍କ ରଖିଥିଲେ ଏହିଭଳି ୫୦୦ ଛାତ୍ରଛାତ୍ରୀଙ୍କୁ ଏକ ଆସପାୟାର କୋଚିଂ ପ୍ରଦାନ କରାଯାଇଥିଲା l ଯେଉଁଠାରେ ପିଲାମାନେ ଆବାସିକ ଭାବେ ବିଦ୍ୟାଳୟ ରେ ରହି କୋଚିଂ ଗ୍ରହଣ କରିଥିଲେ l ଏଠାରେ ପିଲାମାନଙ୍କୁ ବିଭିନ୍ନ ବିଷୟର ବିଷୟ ବିଶାରଦ ମାନେ ପୁଙ୍ଖାନୁପୁଙ୍ଖ ଭାବେ ପିଲା ମାନଙ୍କ ବିଷୟ ସମ୍ପର୍କରେ ଜ୍ଞାନ ଦେଇଥିଲେ l ଏହାସହିତ କେଉଁ ଭଳି ପ୍ରଶ୍ନର ଉତ୍ତର ପ୍ରଦାନକଲେ ଭଲ ମାର୍କ ମିଳିବ ଓ ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର କିଭଳି କରିବେ ସେ ସବୁ ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯାଉଥିଲା l ଏହାସହିତ ଏହି ପ୍ରଶିକ୍ଷଣ ଶିବିରରେ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ସେମାନଙ୍କୁ ଯୋଗ, ପ୍ରାଣାୟାମ ଭଳି ବ୍ୟୟାମ ମଧ୍ୟ କରାଯାଇଥିଲା l ଯାହାକି ଶିକ୍ଷା ପ୍ରଦାନ ପଦ୍ଧତିର ଗୁଣବତ୍ତାକୁ ବଢ଼ାଇ ପାରିଥିଲା l ଏହି କୋଚିଂ କାର୍ଯ୍ୟକ୍ରମରେ ବିଷୟ ବିଶାରଦ ମାନେ ରହି ଦିନରୁ ରାତି ପର୍ଯ୍ୟନ୍ତ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ l ଏହି ଅବସରରେ ଏ – ୧ ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ସେମାନେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ l ସେମାନେ ନିଜର ଅଭିଜ୍ଞତାରେ ଏହି ଆସପାୟର କୋଚିଂ କାର୍ଯ୍ୟକ୍ରମକୁ ଏକ ଅଭିନଵ ପ୍ରୟାସ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ ଦ୍ୱାରା ସେମାନେ ବିଷୟ ବିଷୟରେ ଅଧିକରୁ ଅଧିକ ଜାଣିବା ସହିତ ପରୀକ୍ଷାରେ ପ୍ରଶ୍ନର ଉତ୍ତର ଦେବା ଶୈଳୀରେ ଉନ୍ନତି ପରିଲକ୍ଷିତ ହେଇଥିଲା l ଏହାସହିତ ଗଣିତ ବିଷୟରେ ବହୁତ ସଂକ୍ଷିପ୍ତ ସୂତ୍ର ମଧ୍ୟ ଏଠାରେ ଶିକ୍ଷା ଦିଆଯାଇଥିବାରୁ ତାହା ବି ପରୀକ୍ଷାରେ ବହୁତ ସାହାର୍ଯ୍ୟ କରିଛି ବୋଲି ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ବିନିତା ସେମନାପତି, ଅତରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ବ୍ରହ୍ମତ୍ରୀ ବିଶ୍ୱାଳ,, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ସୌମ୍ୟlଶ୍ରୀ ପଣ୍ଡା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମନୋଜ ରଞ୍ଜନ ଦଳାଇ, ସଦର ବ୍ଲକ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ, ଛାତ୍ରଛାତ୍ରୀ, ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ, ସାମ୍ବାଦିକ ବନ୍ଧୁଗଣ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ l




