ଢେ଼ଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣ ରେ ଆଜି ବୈଶାଖ ପୂର୍ଣ୍ଣିମା ଥିବାରୁ ବିଶେଷ ପୂଜା ଅର୍ଚ୍ଚନା କରାଯାଇ ଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି,ସ୍ନାନ ,ବସ୍ତ୍ର ,ତୁଳସୀ ହାର ଫୁଲ ହାର ଲାଗି କରାଯାଇ ଥିଲା।ବଲ୍ଲଭ ଭୋଗ ଲାଗି କରାଯାଇ ଥିଲା। ୧୦ ଟା ରେ ଖେଚେଡ଼ି ଭୋଗ ମଧ୍ୟାର୍ଣ୍ଣ ରେ ଅର୍ଣ୍ଣ ଧୂପ ସନ୍ଧ୍ୟାରେ ଆଳତି,ରାତ୍ରରେ ରାତ୍ର ଧୂପ ପରେ ପହଡ଼ ପଡ଼ିବ। ପୂଜକ ମନସୁମନ୍ ମିଶ୍ର ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର,ବ୍ରଜମୋହନ ମହାପାତ୍ର, କାହାଳୀ ଟିକନ୍ ବେହେରା ମନ୍ଦିରର ଜିମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହି ଙ୍କ ଉପସ୍ଥିତି ରେ ଏହି ବୈଶାଖ ପୁର୍ଣିମା ନୀତି ପାଳନ କରାଯାଇ ଥିଲା

June 14, 2026/
No Comments


