ତ୍ରୈମାସିକ ସାହିତ୍ୟ ପତ୍ରିକା ଯନ୍ତ୍ରଣା ପକ୍ଷରୁ ଆଦର୍ଶ ପ୍ରଧାନ ଶିକ୍ଷକ, ସମାଜସେବୀ,ସମାଜ ସଂସ୍କାରକ ତଥା ବିପ୍ଳବ କବି ସ୍ବର୍ଗତ ପାବକ ମହାପାତ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଯାଜପୁର __ ଯାଜପୁର ଜିଲ୍ଲା ବରି ବ୍ଳକ ଅନ୍ତର୍ଗତ ବେଞାରପୁର ମନ୍ଦାର ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ପାବକ ମହାପାତ୍ରଙ୍କ ପରଲୋକ ଘଟିଛି।ମୃତୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ତାଙ୍କ ପରଲୋକରେ ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ଶିକ୍ଷକ ସଂଘର କର୍ମକର୍ତ୍ତା ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସରପଞ ଧୀରେନ୍ଦ୍ର ନାଥ ଜେନା ଓ ସରପଞ୍ଚ ଚପଳା ମଲ୍ଲ ଶୋକ ପ୍ରକାଶ କରିଛନ୍ତି। ଗତକାଲି ସ୍ବର୍ଗତ ପାବକ ମହାପାତ୍ରଙ୍କ ପରଲୋକରେ ତୈୟ ମାସିକ ସାହିତ୍ୟ ପତ୍ରିକା ଯନ୍ତ୍ରଣା ପକ୍ଷରୁ ବରୀ ମାଉଣ୍ଡ ସ୍ଥିତ ରମାଦେବୀ ଆଶ୍ରମ ଠାରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଛତିଆ ସ୍ଥିତ ହାଡିଦାସ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବିଶ୍ଵାଳ,ବିଧାନ ଚନ୍ଦ୍ର ଏକାଡେମିର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସିତାକାନ୍ତ ପଣ୍ଡା , ସମାଜସେବୀ ନିମାଇଁ ରାୟ ,କବି ମହାପାତ୍ର ବନ୍ଦନା ସାମଲଙ୍କ ସମେତ ଶତାଧିକ କବି, ସାହିତ୍ୟିକ ମାନେ ଉପସ୍ଥିତ ରହି ସ୍ବର୍ଗତ ପାବକ ମହାପାତ୍ରଙ୍କ ଉପରେ ଆଲୋକପାତ କରିଥିଲେ।କବି ସରୋଜ ଦାଶ ମଧ୍ୟ ଉପସ୍ଥିତ ଥିଲେ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



