ଆଜି ଢେଙ୍କାନାଳ ମାରୱାଡ଼ି ୟୁବା ମଞ୍ଚ ଢେଙ୍କାନାଳ ତରଫରୁ ଏକ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ କର୍ମଶାଳା ଓ ଆମ୍ବୁଲାନ୍ସ ସେବା ଢେଙ୍କାନାଳ ମେଡିକାଲ ରେ ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ଦ୍ଵାରା ଉଦ୍ଘାଟିତ ହେଇଯାଇଛି । ଏହି କର୍ମଶାଳା ୨ ଦିନ ଧରି ଚାଲିବ ।ଏବଂ ଏହି ଶିବିର ରେ ୩୦ରୁ ୩୫ ଜଣ ଙ୍କ ପାଇଁ ଜୟପୁର ରାଜସ୍ଥାନ ରୁ ଆସିଥିବା ଡାକ୍ତର ମାନେ ଲୋକଙ୍କର କୃତିମ ଅଙ୍ଗ ପ୍ରତ୍ୟଙ୍ଗ ଲଗେଇବେ । ଏହି ଉଦଘାଟନ ସଭାରେ ମାରୱାଡ଼ି ସମାଜ ଢେ଼ଙ୍କାନାଳ ତରଫରୁ ବରିଷ୍ଠ ସଦସ୍ୟ ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ,, ବିମଲ୍ କୁମାର ପୋଦାର,,ପ୍ରକାଶ ଅଗ୍ରୱାଲ,,ନନ୍ଦ କିଶୋର ମାହେଶ୍ୱରୀ,ଗୌରବ ପୋଦର୍ ,ପୀୟୂଷ ଅଗ୍ରୱାଲ,ମଧ୍ୟ୍ୟ ଉପସ୍ଥିତ ଥିଲେ ।ଏହି ଶିବିର ରେ ଢେ଼ଙ୍କାନାଳ ମାରୱାଡ଼ି ଯୁବ ମଞ୍ଚ ର ଗୌରବ ସରୱାଗି ,ବିନିତ୍ କେଡ଼ିଆ ,ବିଟୁ କେଡିଆ,ମଧୁ ଝୱନର,ନୋଜୁ ଅଗ୍ରୱାଲ,,ବିନୋଦ ବର୍ମା,,ସୁରଜ୍ ଅଗ୍ରୱାଲ,,ଦୀପକ କେଡ଼ିଆ ଅଭିଷେକ ଅଗ୍ରୱାଲ ,ଆଦିତ୍ୟ ଅଗ୍ରୱାଲା,ଏବଂ ଅନ୍ୟ ସଭ୍ୟ ମାନେ ସହଯୋଗ କରିଥିଲେ ।



