ମା’ ବାଉତୀ ଠାକୁରାଣୀଙ୍କର ବାର୍ଷିକୋତ୍ସବର ପୂର୍ଣାହୁତି ଓ ରାଜରାଜେଶ୍ବରୀ ବେଶ
ଢେଙ୍କାନାଳ ସହର ମାଣ୍ଡବାସାହି ତୈଳିକ ବୈଶ୍ୟ ସମାଜର ଗ୍ରାମଦେବତୀ ତଥା ଆରାଧ୍ଯ ଦେବୀ ଶ୍ରୀ ଶ୍ରୀ ମା’ ବାଉତୀ ଠାକୁରାଣୀଙ୍କ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଆଜି ମା’ ରାଜରାଜେଶ୍ୱରୀ ବେଶ ହୋଇଥିବାବେଳେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି । ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ପୂଜା ତିନିଦିନ ଧରି ଚାଲିଥିଲା । ପ୍ରଥମ ଦିବସ ପ୍ରାତଃରୁ ଦେବତା ନିମନ୍ତ୍ରଣ, କଳସ ଯାତ୍ରା, ଅଗ୍ନିସ୍ଥାପନ ଓ ଶୁଭାଧୁବାସ ଅନୁଷ୍ଠିତ ହୋଇଥିଲା । ଦ୍ବିତୀୟ ଦିନ ପ୍ରାତଃରୁ ସୂର୍ଯ୍ୟ ପୂଜା, ଗୋ-ପୂଜା, ଠାକୁରାଣୀଙ୍କ ଷୋଡଶ ଉପଚାର ପୂଜା, ଆହୁତି ପ୍ରଦାନ ଓ ସଂଧ୍ୟା ଆଳତି ଅନୁଷ୍ଠିତ ହୋଇଥିଲା । ତୃତୀୟ ଦିନରେ ପ୍ରାତଃରୁ ସୂର୍ଯ୍ୟ ପୂଜା, ଗୋ-ପୂଜା, ଠାକୁରାଣୀଙ୍କ ଷୋଡଶ ଉପଚାର, ଚଣ୍ଡି ଯଜ୍ଞ, ପୂର୍ଣାହୁତି ଓ ପ୍ରସାଦସେବନ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ପୂଜକ ସିଦ୍ଧେଶ୍ଵରୀ ମିଶ୍ର ଓ ସହଯୋଗୀମାନେ ପୂଜାକୁ ସୂଚାରୁ ରୂପେ ତୁଲାଇଥିଲେ । କର୍ତା ଭାବେ ଅମରେନ୍ଦ୍ର ସାହୁ, ସଭାପତି ଗୋପାଳ ଚନ୍ଦ୍ର ସାହୁ, ସଂପାଦକ ବିକାଶ କୁମାର ସାହୁ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ ଓ ସୁଶିଲ୍ କୁମାର ଦାସ, କର୍ମକର୍ତା କରଣ ସାହୁ, ନିଶାକର ସାହୁ, ପୂର୍ଣଚନ୍ଦ୍ର ସାହୁ, ଦିଲ୍ଲୀପ ସାହୁ, ସୁମନ୍ତ ସାହୁ, ବିଷ୍ଣୁ ସାହୁ, ବିଜୟ ସାହୁ, ଲାଲୁ ସାହୁ, କାହ୍ନୁ ସାହୁ, ଜିଲୁ ସାହୁ, ବିଚି ସାହୁ, ସଞ୍ଜିବ ସାହୁ, ଗୋବିନ୍ଦ ସାହୁଙ୍କ ସମେତ ବହୁ ଯୁବକମାନେ ଏହି ପୂଜାକୁ ସାହାଯ୍ୟ କରିଥିଲେ ।



