ଅପରେସନ ସିନ୍ଦୂର ପ୍ରେକ୍ଷାପଟ୍ଟରେ ଓ ସୀମାପାର ଆତଙ୍କବାଦ ବିପକ୍ଷରେ ଭାରତ ପକ୍ଷରୁ ସାତଟି ପ୍ରତିନିଧି ଦଳ ଏହି ମାସ ଶେଷ ବେଳକୁ ବିଭିନ୍ନ ଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ମିଳିତ ଜାତିସଂଘ ନିରାପତ୍ତା ପରିଷଦର କିଛି ସଦସ୍ୟମାନଙ୍କ ସହ ସାତଟି ଦଳର ପ୍ରତିନିଧିମାନେ ନିଜ ନିଜ ଟିମ ସହ କିଛି ପ୍ରମୁଖ ରାଷ୍ଟ୍ର ଭ୍ରମଣରେ ଯିବାର କାର୍ଯ୍ୟକ୍ରମ ରହିଛି ।ଆତଙ୍କବାଦର ସବୁପ୍ରକାର ରୂପକୁ ନିନ୍ଦା କରି ସେସବୁ ଦେଶରେ ଏହି ପ୍ରତିନିଧି ଦଳ ଭାରତର ଆଭିମୁଖ୍ୟକୁ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଆତଙ୍କବାଦ ବିପକ୍ଷରେ ଆମ ଦେଶର ଶୂନ୍ୟ ସହନଶୀଳତା ସମ୍ପର୍କରେ ପ୍ରତିନିଧିମାନେ ନିଜ ନିଜ ଆଭିମୁଖ୍ୟ ଉପସ୍ଥାପନ କରିବେ ।ଏହି ପ୍ରତିନିଧି ଦଳରେ ବିଭିନ୍ନ ଦଳର ସାଂସଦ, ରାଜନୈତିକ ବ୍ୟକ୍ତି ବିଶେଷ, ବିଭିନ୍ନ କୂଟନୈତିକମାନେ ଅନ୍ତର୍ଭୁକ୍ତ ରହିବେ । କଂଗ୍ରେସର ଶଶୀ ଥରୁର, ବିଜେପିର ରବିଶଙ୍କର ପ୍ରସାଦ, ଜେଡିୟୁର ସଞ୍ଜୟ କୁମାର ଝା, ବିଜେପିର ବୈଜୟନ୍ତ ପଣ୍ଡା, ଡିଏମକେର କାନିମୋଝି, ଏନସିପିର ସୁପ୍ରିୟା ସୁଲେ, ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେ ପ୍ରମୁଖ ସାତଟି ପ୍ରତିନିଧି ଦଳର ନେତୃତ୍ୱ ନେବେ ।

September 17, 2026/
No Comments


