କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ ତ୍ରିରଙ୍ଗା ଯାତ୍ରା କମିଟି ତରଫରୁ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ଜୁନାଗଡ଼ -୧୮/୦୫ – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ଆଜି ସକାଳ ୧୦ ଘଣ୍ଟା ସମୟରେ ତ୍ରିରଙ୍ଗା କମିଟି ତରଫରୁ ଏକ ବିଶାଲ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ଏହି ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ଜୁନାଗଡ଼ ହୀଞ୍ଜିଲିବାହିଲି ଛକ ଠାରୁ ହାତିନଦି ପର୍ଯନ୍ତ୍ ମୋଟର ସାଇକେଲ ଯୋଗେ ରାଲି କରାଯାଇଥିଲା l ଏଥିରେ ସର୍ବ ଦଳୀୟ ଲୋକପ୍ରତିନିଧି ,ଅଗ୍ନିଶମ ବିଭାଗ , ପୋଲିସ ବିଭାଗ ସମେତ ବହୁ ସଖ୍ୟlରେ ସବୁ ବର୍ଗର ଲୋକ ସାମିଲ ହୋଇ ହାତରେ ତ୍ରିରଙ୍ଗା ପତାକା ଧରି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ସହରର ମୁଖ୍ୟ ରାସ୍ତାରେ ବାଇକ୍ ରେଲି କରିଥିଲେ l ଅପରେସନ ସିନ୍ଦୁରର ସଫଲତାକୁ ନେଇ ଭାରତୀୟ ତିନି ସେନା ବାହିନୀର ବିରତ୍ୟ ଓ ପରାକ୍ରମକୁ ସମ୍ମାନ ଜଣାଇବା ନିମନ୍ତେ ଏହି ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଥିବାର ମୁଲ ଲକ୍ଷ୍ୟ ବୋଲି ତ୍ରିରଙ୍ଗା କମିଟିର ସଦସ୍ୟ ତଥା ପୂର୍ବତନ ନଗରପାଲ ମୁକେଶ ଅଗ୍ରୱାଲ ମତ ପ୍ରକାଶ କରିଥିଲେ l ପରାକ୍ରମ ଶୋଭାଯାତ୍ରlର ପରିଶେଷରେ ହାତୀନଦୀ ଠାରେ ତିନି ବାହିନୀର ଯବାନ ମାନଙ୍କୁ ସମ୍ମାନ ଜଣାଇ ଧର୍ମଗଡ ବିଧାୟକ ସୁଧୀର ପାଟଯୋଷି ଏବଂ ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ ଅଭିଭାଷଣ ପ୍ରଦାନ କରିଥିଲେ l ଶୋଭାଯାତ୍ରାରେ ଜୁନାଗଡ଼ ତଥା ଆଖ ପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଧର୍ମଗଡ ବିଧାୟକ ସୁଧୀର ପାଟଯୋଷି ,ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ ,ସୁଧାଂଶୁ ବରାଡ,ଦିବ୍ୟ ଦୀପ ,ଗଣମାଧ୍ୟମ ପ୍ରତିନିଧି ବିଜୟ ଭୂଷଣ ଦଣ୍ଡସେନା ,ନଗର ସଭାପତି ବିକ୍ରାନ୍ତ ପଟ୍ଟନାୟକ ,ଶିବ ରାଉତ ,ବିପୁଳ ବଣିଆ ,ବଂଶୀଧର ମଶ୍ରା,ରଞ୍ଜନ ଜାଲ ,କାଞ୍ଚନ ବାଗ ,ଟଙ୍କଧର ନାଏକ ,ହୃଦାନନ୍ଦ ପୁଝାରୀ ସମେତ ଅନେକ ଜନସାଧାରଣ ଉପସ୍ଥିତ ରହି ପରାକ୍ରମ୍ ଶୋଭାଯାତ୍ରାକୁ ସାଫଲ୍ୟ ମଣ୍ଡିତ କରିଥିଲେ l ପରିଶେଷରେ ଏହି ତ୍ରିରଙ୍ଗା ଶୋଭାଯାତ୍ରାକୁ ଜୁନାଗଡ଼ର ବିଶିଷ୍ଟ ଆଇନଜିବୀ ତଥା ହିମାଂଶୁ ବରାଡ ପରିଚାଳନା କରିଥିବା ବେଳେ ଜୁନାଗଡ଼ର ପୂର୍ବତନ ନଗରପାଲ ମୁକେଶ ଅଗ୍ରୱାଲ ଧନ୍ୟବାଦ ଜଣାଇଥିଲେ ଏବଂ ଶେଷରେ ତିନି ବାହିନୀର ବୀର ଜବାନର ସଫଳତାକୁ ନେଇ ଭାରତ ମାତା କି ଜୟ ନାରା ଦେଇ କାର୍ଯ୍ୟକ୍ରମକୁ ଶେଷ କରିଥିଲେ lକଳାହାଣ୍ଡି ଜୁନାଗଡ଼ରୁ ବାଲେଶ୍ଵର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



