ଫିଲ୍ମ ଷ୍ଟାଇଲରେ ଆସି ବୋମାଫୁଟାଇ ଲୁଟିନେଲେ ଦୁଇଲକ୍ଷରୁ ଉର୍ଦ୍ଧଟଙ୍କା ଓ କର୍ମଚାରୀଙ୍କ ପର୍ସ ଓ ମୋବାଇଲ୍।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରେ ଫିଲ୍ମ ଷ୍ଟାଇଲରେ ଆସି ବୋମା ଫୁଟାଇ ଲୁଟିନେଲେ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଓ କର୍ମଚାରୀର ପର୍ଷ ଓ ମୋବାଇଲ। ସୂଚନା ଅନୁଯାୟୀ ଚମ୍ପୁଆ ଥାନା ଅନ୍ତର୍ଗତ ସରେଇ ନିକଟରେ ବୋମା ଫୁଟାଇ ଦୁଇ ଲକ୍ଷ ରୁ ଅଧିକ ଟଙ୍କା ଲୁଟ କରିଥିବା ନେଇ ଅଭିଯୋଗ ହୁଏ। ଜାହାକି ସୂଚନା ରହିଛି ଚମ୍ପୁଆ ଥାନା ଅଧୀନରେ ଥିବା କରଞ୍ଜିଆ ସରକାରୀ ବିଦେଶୀ ମଦ ଦୋକାନର ଦୁଇଜଣ କର୍ମଚାରୀ ଦୋକାନ ବନ୍ଦକରି ଟଙ୍କା ନେଇ ଯାଉଥିବା ବେଳେ ଦୁଇ ଜଣ ଦୃର୍ବୁତ୍ତ ବାଇକରେ ଆସି ବୋମା ମାଡ଼ କରି ଟଙ୍କା ଲୁଟିଥିବା ଅଭିଯୋଗ ହୁଏ ଏବଂ ଉକ୍ତ କର୍ମଚାରୀ ଙ୍କ ପର୍ସ ଓ ମୋବାଇଲ୍ ଲୁଟ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଉକ୍ତ କର୍ମଚାରୀ।ଏହି ଘଟଣା ରେ ଦୁଇଜଣ ଆହତ ହୋଇଛନ୍ତି ଓ ପ୍ରାୟ ଦୁଇଲକ୍ଷ ପାଞ୍ଚ ହଜାର ଟଙ୍କା ଲୁଟ୍ କରି ଲୁଟେରା ଫେରାର ହୋଇ ଯାଇଛନ୍ତି। ଏହି ଘଟଣା ଗତକାଲି ରାତି ପ୍ରାୟ ସାଢେ ଦଶଟା ସମୟରେ ଘଟିଥିବା ବେଳେ ପୋଲିସ୍ ଏହାର ଟେରେ ପାଇନାହିଁ। ତେବେ ଚମ୍ପୁଆ ପୋଲିସ୍ ପାରିପାର୍ଶିକ ପରିସ୍ଥିତି କୁ ଦୃଷ୍ଟିରେ ରଖି ଚସମସ୍ତ ଦିଗକୁ ଲକ୍ଷ କରି ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



