ଢ଼େଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରୁ ସାନ୍ଧ୍ୟ ଆଳତି ପରେ ମଦନ ମୋହନ ଘଣ୍ଟ ଓ ମଶାଲ ଦ୍ଵାରା ପାଲିଙ୍କି ରେ ଭାଗୀରଥି ସାଗର କୁଳ ଚନ୍ଦନ ବେଦୀ ଠାରେ ପହଞ୍ଚି ଥିଲେ । ପହଞ୍ଚିଲା ପରେ ମଙ୍ଗଳା ଅର୍ପଣ ପୂଜା କରାଯାଇଥିଲା । ହଳଦି ପାଣି ନୀତି ପାଳନ କରାଯାଇ ଥିଲା। ପୂଜକ ମଳୟ କର ,ପାଳିଆ ସେବକ ନିର୍ମଳ ମହାନ୍ତି, ବାବାଜୀ ମହାପାତ୍ର,କହାଳିଆ ଟିକନ୍ ବେହେରା ଓ ମନ୍ଦିରର ଜୀମାଦର ଶ୍ୟାମ ସୁନ୍ଦର ପାଣିଗ୍ରାହି ଙ୍କ ଉପସ୍ଥିତି ରେ ଏହି ହଳଦି ପାଣି ନୀତି ପାଳନ କରାଯାଇ ଥିଲା।

April 29, 2026/
No Comments


