ଜୁନାଗଡ ରେଲୱେ ଷ୍ଟେସନର ଚଳନ୍ତା ଟ୍ରେନରେ ଯୁବକଙ୍କ ମୁଣ୍ଡ କଟି ମୃତ୍ୟୁ

ଜୁନାଗଡ ୨୧/୦୫- କଳାହାଣ୍ଡି ଜିଲ୍ଲା ଜୁନାଗଡ ଷ୍ଟେସନ୍ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି l ସୂଚନା ଅନୁଯାୟୀ ଆଜି ସନ୍ଧ୍ୟl 6.30 ସମୟରେ ଜୁନାଗଡ ରେଲୱେ ଷ୍ଟେସନ୍ ର ରେଳ ଲାଇନ ଠାରେ ଜୁନାଗଡ ଭୁବନେଶ୍ବର ଟ୍ରେନରେ ଏକ ଯୁବକଙ୍କ ମୁଣ୍ଡ କଟି ମୃତ୍ୟୁ ହୋଇଥିବାର ଦେଖାଯାଇଛି l ଜୁନାଗଡ ରେଲ ଷ୍ଟେସନ୍ ରୁ ରେଳ ବାହାରିବା ପରେ ରେଳ ଧାରଣାରେ ଏକ ଯୁବକଙ୍କ ମୁଣ୍ଡ କଟି ମୃତ୍ୟୁ ହୋଇଥିବାର ସେଠାରେ ଉପସ୍ଥିତ ଥିବା ଲୋକେ ଦେଖିବାକୁ ପାଇଥିଲେ l ତାପରେ ଖବର ପାଇ ଘଟଣା ସ୍ତଳରେ ରେଲୱେ ପୋଲିସ ପହଂଚି ଜୁନାଗଡ ଷ୍ଟେସନ୍ ମାଷ୍ଟରକୁ ଖବର ଦେଇଥିବା ସୂଚନା ମିଳିଛି l ଷ୍ଟେସନ୍ ମାଷ୍ଟର ରେଲୱେ ପୋଲିସଠୁ ଖବର ପାଇ ସlଙ୍ଗେ ସlଙ୍ଗେ ଜିଆରପି ଟିମ ଟିଟିଲାଗଡକୁ ଖବର କରାଯାଇଛି ବୋଲି ମତ ପ୍ରକାଶ କରିଛନ୍ତି l ଏ ନେଇ ଏ ପର୍ୟନ୍ତ୍ ମଧ୍ୟ ଜିଆରପି ଟିମ ଟିଟିଲାଗଡ଼ ରୁ ପହଞ୍ଚି ନ ଥିବା ବେଳେ ମୃତ ଦେହକୁ ରେଳ ପଟ୍ରିରୁ ଉଠାଇ ନ ଥିବାର ଦେଖିବାକୁ ମିଳିଛି l ଖବରରୁ ପ୍ରକାଶ ଯେ ମୃତ ବ୍ୟକ୍ତିର ପରିଚୟ ଏ ଯାଏ ଜଣାପଡି ନାହିଁ l ଏ ନେଇ ଷ୍ଟେସନ ମାଷ୍ଟରଙ୍କୁ ପଚାରିବାରୁ ଜିଆରପି ଟିମ ଟିଟିଲାଗଡ଼ରୁ ଆସିଲା ପରେ ଯୁବକର ମୃତ ଦେହ ଉଠା ଯାଇ ଶବ ବ୍ୟବଚ୍ଛେଦ କରାଯିବ ଏବଂ ତଦନ୍ତ କରାଯିବ ବୋଲି ମତ ପ୍ରକାଶ କରିଥିଲେ l ଏ ଘଟଣାକୁ ନେଇ ଜୁନାଗଡ ରେଲୱେ ପୋଲିସ ପକ୍ଷ୍ୟରୁ ଏକ ମାମାଲା ରୁଜୁ ହୋଇ ତଦନ୍ତ କରୁଥିବାର ଜଣାପଡିଛି lକଳାହାଣ୍ଡି ଜିଲ୍ଲା ଜୁନାଗଡ଼ରୁ ବାଲେଶ୍ବର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



