ବରିଷ୍ଠ ଶିକ୍ଷାବିତ ମନୋରଞ୍ଜନ ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ସ୍କୁତିଚାରଣ ସଭା ଓ ସ୍କରଣୀକା ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି

ଯାଜପୁର ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଫତେପୁର ପଞ୍ଚାୟତର ନଛିପୁର ଠାରେ ବରିଷ୍ଠ ଶିକ୍ଷାବିତ ମନୋରଞ୍ଜନ ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ସ୍କୁତିଚାରଣ ସଭା ଅନୁଷ୍ଠିତ ଓ ସ୍କରଣୀକା ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ଓ ଖରସ୍ରୋତା ପୁସ୍ତକ ମେଳାର ସ୍ରଷ୍ଟା ଓ ସଭାପତି ପଦ୍ମାକର ଗୁରୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ସେମାନେ ହେଲେ ଦଶରଧପୁର ବ୍ଳକର ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଅନ୍ନଦା ପ୍ରସାଦ ରଣା, ବଳିଷ୍ଠ ଶିକ୍ଷାବିତ ବାଦଲ ରାୟ, ବିଂଝାରପୁର ବ୍ଳକ ର ପ୍ରାକ୍ତନ ଅଧ୍ୟକ୍ଷ ପୁରୁଷୋତ୍ତମ ବେହେରା ପ୍ରମୁଖ ଯୋଗଦେଇ ସ୍ବର୍ଗତ ମନୋରଞ୍ଜନ ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକରେ କହିଥିଲେ ଯେ ସ୍ବର୍ଗତ ସାହୁ ଏକାଧାରରେ ଜଣେ ସଫଳ ଶିକ୍ଷକ, ସମାଜସେବୀ ଓ ପରୋପକାରୀ,ସ୍ନେହି ମଣିଷ ଥିଲେ ।ପିଲାଙ୍କୁ ମଣିଷ ପରି ମଣିଷ ଗଢି ଥିଲେ। ଶିକ୍ଷକ ସମାଜରେ ଜଣେ ସଫଳ ଶିକ୍ଷକ ଭାବରେ ତାଙ୍କର ନାମ ଥିଲା । ଅନ୍ୟମାନଙ୍କ ମଧ୍ୟରେ ମନୋଜ କୁମାର ମହାଳିକ, ରବିନାରାୟଣ ମହାନ୍ତି,ଓସ୍ତଦାଣ୍ଡି ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ନାୟକ, ସରୋଜ କୁମାର ମଲ୍ଲିକ,ଭାରତ ଭୁଷଣ ମଲ୍ଲୀକ, ଅକ୍ଷୟ କୁମାର ସେଠି, ରନ୍ତ୍ରାକର ସାହୁ, ମେଘନାଦ ମହାଳିକ, ନିରଞ୍ଜନ ଦାସ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସମାଜସେବୀ ନାରାୟଣ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଥିଲେ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




