ଘର ଭିତରୁ ୮ଫୁଟର ଅଜଗର ସାପ ଉଦ୍ଧାର
ତାଳଚେର, ୨୦/୦୫ ତାଳଚେର ଉପଖଣ୍ଡ ଚିକିତ୍ସାଳୟ ପାଶ୍ୱର୍ରେ ରହିଥିବା ଏକ ଆଜବେଷ୍ଟ ଗୃହରେ ଉକ୍ତ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଚନ୍ଦ୍ରମଣି ନାଏକଙ୍କ ଘରୁ ଆଜି ଅଜଗର ସାପ ଉଦ୍ଧାର କରାଯାଇଛି । ଆଜି ସେ ସକାଳୁ ଘରର ତାଲା ଖୋଲି ଭିତରେ ପଶିବାପରେ ଏକ ଫଁଫଁ ଶଦ୍ଦ ଶୁଣିବାକୁ ପାଇଥିଲେ । ଏହାପରେ ସେ ଦେଖିବାକୁ ପାଇଲେ ଏକ ବିରାଟ ଅଜଗର ସାପ ଘରର କୋଣରେ ରହିଥିଲା ଓ ସେ ତୁରନ୍ତ ବିଳମ୍ବର ନକରି ସ୍ନେକ୍ହେଲ୍ପ ଲାଇନକୁ ଫୋନ କରିଥଲେ । ହେଲ୍ପଲାଇନ କର୍ମଚାରୀ ସାପକୁ ଉଦ୍ଧାର କରି ନିକଟସ୍ଥ ରାଣୀପାର୍କ ଜଙ୍ଗଲରେ ଛାଡ଼ି ଦେଇଥିଲେ । ତେବେ ମେଡ଼ିକାଲର ଚର୍ତୁପାଶ୍ୱରେ ପରିମଳ ବ୍ୟବସ୍ଥା ସହିତ ଅନାବନା ଗଛ ତରୁଲତା ପ୍ରଚୁର ପରିମାଣରେ ରହିଛି । ଏଗୁଡ଼ିକ ପରିଷ୍କାର ପରିଚ୍ଛନ୍ନ ହେଉନଥିବାରୁ ସେଠାରେ ସାପମାନଙ୍କର ଆଡ୍ଡାସ୍ଥଳୀ ପାଲଟିଥିବା କୁହାଯାଉଛି ।



