କେନ୍ଦୁଝର ଜିଲ୍ଲାର ଜଳ ସମ୍ପଦ କୁ ସୁରକ୍ଷିତ ରଖିବା ପାଇଁ ମହା ସମ୍ମିଳନୀ
କେନ୍ଦୁଝର ଜିଲ୍ଲା ଏକ ପ୍ରାକୃତିକ ସମ୍ପଦ ଭରା ତଥା ଖଣିଜ ବହୁଳ ଓ ବଣ ଜଙ୍ଗଲ ଏବଂ ନଦୀ ଓ ଝରଣାରେ ପରିପୂର୍ଣ ଜିଲ୍ଲା ହୋଇଥିବା ବେଳେ ଖଣିଜ ପଦାର୍ଥ ଉତ୍ତୋଳନ ପାଇଁ ସରକାର କମ୍ପାନୀ ମାନଙ୍କ ହାତକୁ ବଣ ପାହାଡ ଟେକି ଦେଇଥିବା ବେଳେ ଏବେ ଏଠାକର ନଦୀ ଓ ଝରଣାକୁ ଲୁଟ୍ କରିବାକୁ ଶିଳ୍ପପତି ଓ କମ୍ପାନୀ ମାନଙ୍କ ସହ ମିଶି ଏକ ବଡଧରଣର ଚକ୍ରାନ୍ତ ଚଳାଇଥିବା ଭଳି ମନେହୁଏ। ଏହାର ପ୍ରତିବାଦରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ଥାନା ଅନ୍ତର୍ଗତ କନଡ୍ରା ହାଟ ପଡ଼ିଆରେ କାରୋ, ସୁନା ଓ ବୈତରଣୀ ବଞ୍ଚାଅ କମିଟି ର ଆହ୍ଵାନରେ ଏକ ବିଶାଳ ସମ୍ମିଳନୀ ଆୟୋଜିତ ହୋଇଯାଇଛି, ଯେଉଁଥିରେ ହଜାର ହଜାର ସଂଖ୍ୟାରେ ଲୋକେ ସମ୍ମିଳିତ ହୋଇ ଏକ ସଙ୍ଗରେ ରଣ ହୁଙ୍କାର କରିଥିବା ଭଳି ମନେହୁଏ। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



