ନୂଆଦିଲ୍ଲୀ: ନିର୍ବାଚନ କମିଶନ ରାଜ୍ୟସଭାର ୮ଟି ଆସନରେ ନିର୍ବାଚନ ପାଇଁ ଘୋଷଣା କରିଛନ୍ତି । ଏହି ଦ୍ୱିବାର୍ଷିକ ନିର୍ବାଚନ ଜୁନ୍ ୧୯ ତାରିଖରେ ଅନୁଷ୍ଠିତ ହେବ । ଏଥିରେ, ଦୁଇଟି ରାଜ୍ୟ ଆସାମ ଏବଂ ତାମିଲନାଡୁର ୮ଟି ଆସନରେ ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।
ଆସାମରୁ ୨ ଜଣ ଏବଂ ତାମିଲନାଡୁର ୬ ଜଣ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଜୁନ୍ ଏବଂ ଜୁଲାଇରେ ଶେଷ ହେବାକୁ ଯାଉଥିବାବଳେ, ଆସାମର ୨ଟି ଏବଂ ତାମିଲନାଡୁର ୬ ଟି ଆସନରେ ମତଦାନ ହେବ ।
ଭୋଟ ଗଣତି ମଧ୍ୟ ୧୯ ଜୁନ ସନ୍ଧ୍ୟାରେ କରାଯିବ ।ସୂଚନା ଅନୁଯାୟୀ, ତାମିଲନାଡୁର ୬ ଜଣ ସଦସ୍ୟ – ଅମ୍ବୁମଣି ରାମଦାସ (ପଟ୍ଟାଲି ମକ୍କଲ୍ କାଚ୍ଚି), ଏନ ଚନ୍ଦ୍ରଶେଖରନ୍ (ଅଲ୍ ଇଣ୍ଡିଆ ଅନ୍ନା ଦ୍ରାବିଡ଼ ମୁନେତ୍ର କଷଗମ), ଏମ ଷଣମୁଗମ (ଦ୍ରବିଡ଼ ମୁନେତ୍ର କଷଗମ), ପି ୱିଲସନ୍ (ଡ୍ରମୁକ) ଏବଂ ବାଇକୋ (ମରୁମାଲାର୍ଚି ଦ୍ରାବିଡ଼ ମୁନେତ୍ର କଷଗମ)ଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ରେ ଶେଷ ହେଉଛି ।ସେହିପରି, ଆସାମର ଦୁଇ ରାଜ୍ୟସଭା ସଦସ୍ୟ ବୀରେନ୍ଦ୍ର ପ୍ରସାଦ ବୈଶ୍ୟ (ଭାରତୀୟ ଜନତା ପାର୍ଟି) ଏବଂ ମିଶନ ରଞ୍ଜନ ଦାସ (ବିଜେପି)ଙ୍କ କାର୍ଯ୍ୟକାଳ ଜୁନ୍ ୧୪ରେ ଶେଷ ହେଉଛି । ନିର୍ବାଚନ କମିଶନ କହିଛନ୍ତି ଯେ ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜ୍ଞପ୍ତି ଜୁନ୍ ୨ରେ ଜାରି କରାଯିବ ।Biennial Elections to the Council of States(Rajya Sabha) from #Assam and #TamilNadu due to retirement of sitting members on 14.06.2025 and 24.07.2025 respectively️ Date of poll : 19th June, 2025Read in detail : https://t.co/PdesW3MaGz#ECIpic.twitter.com/mqP5eOs4yM— Election Commission of India (@ECISVEEP)
ଏହା ବ୍ୟତୀତ ଦେଶର ଚାରୋଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନରେ ଉପନିର୍ବାଚନ ମଧ୍ୟ ଘୋଷଣା କରାଯାଇଛି । ନିର୍ବାଚନ କମିଶନ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି । ଭାରତୀୟ ନିର୍ବାଚନ କମିଶନ ଗୁଜରାଟ, କେରଳ, ପଞ୍ଜାବ ଏବଂ ପଶ୍ଚିମବଙ୍ଗର ୫ଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଏହି ୫ଟି ଆସନରେ ଜୁନ୍ ୧୯ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ଭୋଟ୍ ଗଣତି ଜୁନ୍ ୨୩ ତାରିଖରେ ହେବ ।



