ମା ସନ୍ତୋଷୀଙ୍କ ନୂତନ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଯାଜପୁର ___ ବିଂଝାରପୁର ବ୍ଳକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର କୁସୁନପୁର ଗ୍ରାମର ମା ସନ୍ତୋଷୀଙ୍କ ନୂତନ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଷ୍ଠ ଉତ୍ସବ ସୋମବାର ଠାରୁ ଆରମ୍ଭ ହୋଇ ଶନିବାର ପର୍ଯ୍ୟନ୍ତ ଚାଲିବ।ସୋମବାର ଦିନ ଅଙ୍କୁରାରୋପଣ ଓ ଯଜ୍ଞ ର ଅଧିବାସ, ମଙ୍ଗଳବାର ଦିନ କଳସ ଯାତ୍ରା,ବାସ୍ତୁ ପୂଜା ଓ ଅଗ୍ନି ସ୍ଥାପନ, ବୁଧବାର ଦିନ ଦେବୀ ପ୍ରତିମା ଗ୍ରାମ୍ୟ ପରିକ୍ରମା ଓ ମନ୍ଦିର ନ୍ୟାସ, ଗୁରୁବାର ଦିନ ପ୍ରାଣ ପ୍ରତିଷ୍ଠା, ମନ୍ଦିର ପ୍ରବେଶ , ନବଯୌବନ ଦର୍ଶନ, ପୂର୍ଣ୍ଣାହୁତି ଓ ଅଷ୍ଟପ୍ରହରୀ ଅଧିବାସ,ପ୍ରସାଦ ସେବନ, ଶୁକ୍ରବାର ଦିନ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ, ଶନିବାର ଦିନ ନଗର କୀର୍ତ୍ତନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଆଜି ମଙ୍ଗଳବାର ଦିନ ମହାଆଡମ୍ବରରେ କଳସ ଯାତ୍ରା ହୋଇଥିଲା । ଶତାଧିକ ଶ୍ରଦ୍ଧାଳୁ ମହିଳା ମାନେ ମୁଣ୍ଡରେ କଳସ ନେଇ ନିକଟସ୍ଥ ନଦିରୁ ପାଣି ଆଣିଥିଲେ।ପ୍ରବଳ ବର୍ଷାକୁ ଖାତୀର ନ କରି ଆଗ୍ରହ ଓ ଆନନ୍ଦର ସହ ମହିଳା ମାନେ କଳସ ନେଇ ପାଣି ଆଣିଥିଲେ।ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଭକ୍ତ ବନ୍ଧୁ ବେଉରିଆ ଓ ରବିନ୍ଦ୍ର ବିଶ୍ଵାଳ ସସ୍ତ୍ରିଙ୍କ ସହିତ ସଙ୍କଳ୍ପ ରେ ବସିଛନ୍ତି।ଏହି ମା ସନ୍ତୋଷୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠାରେ ଚନ୍ଦ୍ରକାନ୍ତ ବେଉରିଆ, ତାରାକାନ୍ତ ବେଉରିଆ,ସିତାକାନ୍ତ ବେଉରିଆଙ୍କ ସହ କୁସୁନପୁର ଗ୍ରାମର ଗ୍ରାମବାସୀ ବୃନ୍ଦ ପ୍ରମୁଖଙ୍କ ସହଯୋଗରେ ଅନୁଷ୍ଠିତ ହେଉଛି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

