ଚୋରୀ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ବିଲ ପୋଲିସ୍
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ସାତରେ ବାସ କରୁଥିବା ସାୟେଦ୍ ଅବଦୁଲ୍ କାଦିର୍ ଗତ 13/5 ତାରିଖରେ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ କି ତାଙ୍କ ଘରୁ 12/5/25 ରେ ସେମାନଙ୍କ ଅନୁପସ୍ଥିତି ରେ କେହି ଦୁବୃର୍ତ୍ତ ତାଙ୍କ ଘରେପସି ସୁନାରୁପା ଅଳଙ୍କାର ସହ ନଗଦ ଟଙ୍କା ଲୁଟ କରିଛନ୍ତି। ଉକ୍ତ ଘଟଣାରେ ବଡ଼ବିଲ ପୋଲିସ୍ ତଦନ୍ତ କରି ଦୁଇ ଜଣଙ୍କୁ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଚୋରୀରେ ବ୍ୟବହୃତ ସାମଗ୍ରୀ ସହ ଦଶହଜାର ଟଙ୍କା ଜବତ କରିଥିବା ନେଇ ବଡବିଲ ଏସ୍ଆଇ ବରଦା ପ୍ରସନ୍ନ ସାହୁ ସୂଚନା ଦେଇଛନ୍ତି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



