ମାଲକାନଗିରି: ଶୁକ୍ରବାର ଦିନ ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦ୍ରି କୋଥାଗୁଡେମ୍ ଜିଲ୍ଲା ପୋଲିସ ଅଧୀକ୍ଷକ ବି ରୋହିତ ରାଜୁଙ୍କ ନିକଟରେ ୪ ଦୁର୍ଦ୍ଦାନ୍ତ କ୍ୟାଡରଙ୍କ ସମେତ ୧୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।’ଅପରେସନ୍ ଚେୟୁଥା’ ଅନ୍ତର୍ଗତ କଲ୍ୟାଣକାରୀ ପଦକ୍ଷେପ ପ୍ରତି ଆକର୍ଷିତ ହେବା ପରେ ସେମାନେ ଆତ୍ମସମର୍ପଣ କରିଥିବାର ପୋଲିସ କହିଛି ।
ସରକାରଙ୍କ ତରଫରୁ ସମସ୍ତଙ୍କୁ ଆର୍ଥିକ ସହାୟତା କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।ଏହି ବର୍ଷ କୋଥାଗୁଡେମ୍ ଜିଲ୍ଲା ପୋଲିସ ନିକଟରେ ବିଭିନ୍ନ ପଦର ୨୮୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।ଜିଲ୍ଲା ପୋଲିସ ଅଧୀକ୍ଷକ ରୋହିତ ରାଜୁ କହିଛନ୍ତି ଯେ, ତେଲେଙ୍ଗାନା-ଛତିଶଗଡ଼ ସୀମାରେ ମାଓବାଦୀମାନେ ଲୁଚିକି ରହୁଛନ୍ତି ଏବଂ ସୀମାନ୍ତ ଗ୍ରାମଗୁଡ଼ିକର ବାସିନ୍ଦାମାନେ ‘କୌଣସି ମୂଲ୍ୟରେ’ ସେମାନଙ୍କୁ ସହଯୋଗ କରିବା ଉଚିତ୍ ନୁହେଁ। ଯଦି ଗାଁ ଲୋକମାନେ କୌଣସି ମାଓ ଗତିବିଧି ଦେଖନ୍ତି , ସେମାନେ ତୁରନ୍ତ ପୋଲିସକୁ ଜଣାଇବା ଉଚିତ।



