ନବନିର୍ମାଣ କୃଷକ ସଂଗଠନ ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ଅଶ୍ଵିନୀ କୁମାର ଙ୍କୁ ଗିରଫ
ଦୀର୍ଘ ଦିନ ଧରି ନବନିର୍ମାଣ ପକ୍ଷରୁ ଚାଷୀ ମାନଙ୍କ ହିତରେ ହେଉଥିବା ଶାନ୍ତି ଏବଂ ଅହିଂସାତ୍ମକ ଆନ୍ଦୋଳନ କୁ ସରକାର ସବୁବେଳେ ଦମନ କରି ଆସିଛନ୍ତି ,ଏହାକୁ ନେଇ ଚାଷୀ ଆନ୍ଦୋଳନ ସବୁବେଳେ ଅଶାନ୍ତି ପ୍ରକାଶ କରି ଆସିଛି,ପ୍ରାଇସ୍ ପ୍ରେଷ୍ଟିଜ୍ ପେନସନ ସମେତ ବହୁ ଦାବି କୁ ନେଇ ନବନିର୍ମାଣ ବହୁ ବାର ରାଜଧାନୀ ର ଛାତି ଉପରେ ଗର୍ଜିବା ପରେ ମଧ୍ୟ ସରକାର ସବୁବେଳେ ଚାଷୀ ଙ୍କୁ ବେଖାତିର କରି ଆସିଛି ,ରାଜ୍ୟ ରେ ନୂଆ ସରକାର ହେଇଥିବା ମୋହନ ସରକାର ଲୋକଙ୍କ ସରକାର ବୋଲାଉଥିବା ବେଳେ ଚାଷୀ ଙ୍କୁ ବେଖାତିର୍ କରିବା କେତେ ଦୂର ଠିକ୍ ବୋଲି ପ୍ରଶ୍ନ କରିଛନ୍ତି ନବନିର୍ମାଣ ନେତା ଅଶ୍ଵିନୀ କୁମାର,ଆଉ କହିଥିଲେ ଯେଉଁ ସରକାର ଅନ୍ନ ସୃଷ୍ଟି କରୁଥିବା ଅନ୍ନଦାତା ଙ୍କ ପେଟ ରେ ଲାତ ମାରି ଅଧିକ ଦିନ ତ୍ରିଷ୍ଟି ପାରିବେ ନାହିଁ,ଆଜି ଢେଙ୍କାନାଳ ଜିଲ୍ଲା ମହିଷାପାଟ ରେ ହେଉଥିବା ମୁଖ୍ୟମନ୍ତ୍ରୀ ଙ୍କ ସମାବେଶ ରେ ବାଧାପ୍ରାପ୍ତ ର ଭୟ ରେ ଜିଲ୍ଲା ପୋଲିସ ପ୍ରଶାସନ ଏସଡିପିଓ ଙ୍କ ସମେତ ଟାଉନ ଆଇଆଇସି ଙ୍କ ସହ 30 ପୋଲିସ ଅଧିକାରୀ ସକାଳ ଛଅ ଘଟିକା ରେ ତାଙ୍କ ବାସଭବନ ରୁ ତାଙ୍କୁ ନେଇ ଅଟକ ରଖିଛନ୍ତି ଏବଂ ତାଙ୍କ ଘରେ ଜଣେ ଏକୁଟିଆ ଗର୍ଭବତୀ ମହିଳା ଥିବା ଜାଣି ମଧ୍ୟ ପୋଲିସ ପ୍ରଶାସନ ଜବରଦସ୍ତି ଅଶ୍ଵିନୀ କୁମାର ଙ୍କ ମୋବାଇଲ ଛଡ଼ାଇ ନେଇ ଯାଇଥିଲେ ଅଶ୍ଵିନୀ ଙ୍କ ପତ୍ନୀ ଏବେ ମେଡିକାଲ ରେ ଜଣାପଡୁଛି,ଏଥିରେ ଚାଷୀ ନେତା ସୁଧାକର ପରିଡ଼ା ଙ୍କୁ ମଧ୍ୟ ଚାହା ଖଟିରୁ ଗିରଫ କରିଛି ପୋଲିସ,ଏହାକୁ ନେଇ ବହୁ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ଉଚ୍ଚପଦସ୍ଥ ବ୍ୟକ୍ତି ମାନେ



