ମାଲ୍ ବୋଝେଇ ଟ୍ରକ କୁ ପିଟିଲା ବସ

କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ଚାହାରବାହାଲ ଠାରେ,ଏକ ବଡ ଦୁର୍ଘଟଣା ଘଟି ଜାଇଛି, ଭୁବନେଶ୍ଵର ଉମରକୋଟ ରଘୁନାଥ ହାଇଟେକ୍ ବସ୍ OD 25J 0966 ଭୁବନେଶ୍ୱର ରୁ ଉମରକୋଟ ଜାଉଥିବାବେଲେ ଭାରସାମ୍ୟ ହରାଇ, ସକାଳ ପାଞ୍ଚଘଣ୍ଟା ସମୟରେ ଚାହାରବାହାଲ ଠାରେ ଏକ ଧାନ ବୋଝେଇ ଟ୍ରକ କୁ ଧକ୍କା ଦେଇଥିଲା,ଫଲରେ ବସରେଥିବା ଲୋକେ ଗୁରୁତର ହୋଇଥିଲେ,ଗ୍ରାମରଲୋକ ଖବରପାଇ ଘଟଣାସ୍ଥଳରେ ପହଞ୍ଚି, ଜୁନାଗଡ ପୋଲିସ ଓ ଅମ୍ଭୁଲେନସ କୁ ଖବରଦେଇଥିଲେ,ଗ୍ରାମରଲୋକ ଆହତ ବ୍ୟକ୍ତିମାନଙ୍କୁ ଜୁନାଗଡ ଡାକ୍ତରଖାନା କୁ ପଠାଇଥିଲେ, କିନ୍ତୁ ଦୁଃଖର ବିଷୟ ଘଟଣାସ୍ଥଳରେ,ତାଳଚେରର ଶ୍ରୀ ବିନୋଦ କୁମାର ବେହେରା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ କାର୍ଯ୍ୟରତ ଜେଇଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଜାଇଥିଲା,ପୋଲିସ ପହଞ୍ଚି ଶବକୁ ଜୁନାଗଡ ଡାକ୍ତରଖାନା କୁ ପୋଷ୍ଟମର୍ଟନ ପାଇଁ ନେଇଯାଇ ପରିବାର ଲୋକଙ୍କୁ ଖବରଦିଆଜାଇଥିବା ଜଣାଯାଇଛି।।ପାଞ୍ଚଜଣ ବହୁତ ଗୁରୁତର ଥିବାରୁ ସେମାନଙ୍କୁ ଭବାନିପାଟଣା ଡାକ୍ତର ଖାନାକୁ ପଠାଯାଇଥିବା ସୁଚନା ମିଳିଛି,ସେମାନେ ବହୁତ ଗୁରୁତର ଥିବା ଜଣାଯାଇଛି।କେମିତି ଦୁର୍ଘଟଣା ହେଲା ତାହା ପୋଲିସ ତଦନ୍ତଜାରିରଖିଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




