ପୁରୀ ସଂସଦ ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ତରଫରୁ ଏଫ୍. ଆଇ. ଆର. ରୁଜୁ

ତା ୮ ଜୁନ ୨୦୨୫ ।ପୁରୀ ସଂସଦ ସମ୍ବିତ ପାତ୍ର ଗତ ୪ ଜୁନ ଦିନ ପିପିଲି ନିକଟସ୍ଥ ଦାଣ୍ଡ ମୁକୁନ୍ଦପୁର ଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ନିଜର ପଦ ମର୍ଯ୍ୟାଦା ଭୁଲିଯାଇ ଲୋକସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ସଂସଦ ଶ୍ରୀ ରାହୁଲ ଗାନ୍ଧି ଓ ତାଙ୍କ ପରିବାର ବିରୁଦ୍ଧରେ ବିଭିନ୍ନ ଅଶାଳୀନ , ଅରୁଚିକର ଏବଂ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଥିଲେ । ରାହୁଲ କୁଆଡେ ଜଣେ ଦେଶଦ୍ରୋହୀ ଏବଂ ସେ ପାକିସ୍ତାନ ଏବଂ ଚୀନ ଠାରୁ ଟଙ୍କା ପାଉଛନ୍ତି ବୋଲି ସମ୍ବିତ ପାତ୍ର କହିଥିଲେ। ଏପରି ଅଶୋଭନୀୟ ଵ୍ୟଵହାରକୁ ଦେଶରେ ଏବଂ ଓଡ଼ିଶାରେ କଂଗ୍ରେସ ତରଫରୁ ତୀବ୍ର ସମାଲୋଚନା କରାଯାଇଛି ଏବଂ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ ଏଫ୍ .ଆଇ. ଆର ଦାଏର କରାଯାଇଛି । ଆଜି ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ ଦାଶଙ୍କ ନେତୃତ୍ୱରେ ଦଳର ନେତା ମାନଙ୍କ ଦସ୍ତଖତ ଥାଇ ଟାଉନ୍ ଥାନାରେ ଭାରତୀୟ ନ୍ୟାୟ ସଂହିତା ର ଧାରା ୧୫୨ (ଭାରତର ଏକତା ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବା), ୧୯୬ (ସାମ୍ପ୍ରଦାୟିକ ଶତୃତା ଭାବ ସୃଷ୍ଟି କରିବା), ୧୯୭ (ବିଚ୍ଛିନ୍ନତାଵାଦୀ ମନୋଭାବ ସୃଷ୍ଟି କରିବା),୩୫୩ (ଲୋକଙ୍କ ମନରେ ଆକ୍ରୋଶ ଭାଵ ସୃଷ୍ଟି କରିବା),୩୫୬ (ଅପମାନିତ କରିଵା), ୬୬ଏଫ୍ (ସାଇବର ଆତଙ୍କ ସୃଷ୍ଟି), ୬୭ (ଅଶାଳୀନ ବ୍ୟବହାରକୁ ଇଲେକ୍ଟ୍ରୋନିକ ଉପାୟରେ ପ୍ରଚାର କରାଇଵା) ; ଆଦି ଦଫାରେ ଏଫ୍ ଆଇ ଆର ରୁଜୁ କରାଯାଇ ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାଵି କରାଯାଇଛି । ଅପରେସନ ସିନ୍ଦୂର ପରେ ରାହୁଲ ଗାନ୍ଧି କାଶ୍ମୀର ଯାତ୍ରା କରି ପାକିସ୍ତାନ ପଟୁ ଗୋଳାଵାରୀ ରେ ଆହତ ବ୍ୟକ୍ତି ମାନଙ୍କୁ ଡ଼ାକ୍ତରଖାନାରେ ଭେଟିବା , ଏବଂ ପହେଲଗାଁଓ ଘଟଣା ରେ ମୃତକ ପରିବାରର ସଦସ୍ୟ ମାନଙ୍କୁ ଘରେ ଭେଟି ସମବେଦନା ଜ୍ଞାପନ କରିବା କାର୍ଯ୍ୟକ୍ରମକୁ ସମଗ୍ର ଦେଶରେ ଭୁରି ଭୁରି ପ୍ରଶଂସା କରାଯାଉଛି ଏବଂ ରାହୁଲ ଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଅପରପକ୍ଷେ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟ କରିବା ପରିବର୍ତ୍ତେ ଅପରେସନ ସିନ୍ଦୂର ରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ନିଜର ମିଲିଟାରୀ ପୋଷାକ ପିନ୍ଧା ପୋଷ୍ଟର ଓ ଵ୍ୟାନର୍ ଛପାଇ ନିର୍ବାଚନ ପ୍ରଚାର କରିବାକୁ ସର୍ବସାଧାରଣରେ ତୀବ୍ର ସମାଲୋଚନା କରାଯାଉଛି। ରାହୁଲଙ୍କର ପ୍ରଶଂସାକୁ ବିଜେପି ନେତାମାନେ ହଜମ କରି ପାରୁ ନାହାଁନ୍ତି । “ଔଷଧ ରାଗରେ ତାଟିଆ କାମୁଡ଼ିଵା ପରି ସମ୍ବିତଙ୍କ ପରି ନେତା ଛଟପଟ ହେଉଛନ୍ତି” ବୋଲି ଜିଲ୍ଲା କଂଗ୍ରେସ ତରଫରୁ କୁହାଯାଇଛି । ଲୋକେ ସବୁ ଦେଖୁଛନ୍ତି ଏବଂ କଂଗ୍ରେସର କାର୍ଯ୍ୟକ୍ରମକୁ ସମର୍ଥନ କରୁଛନ୍ତି । ମିଡିଆରେ ପ୍ରଚାରିତ ସମ୍ବିତଙ୍କ ଭାଷଣକୁ ବନ୍ଦ କରାନଗଲେ ଜନ ଅସନ୍ତୋଷ ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନପାରେ ; ତେଣୁ ପୋଲିସ ତ୍ୱରିତ କାର୍ଯାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି କଂଗ୍ରେସ ତରଫରୁ ଚେତାବନୀ ଦିଆଯାଇଛି ।ଆଜିର କାର୍ଯ୍ୟକ୍ରମରେ ସଭାପତି ସୁନୀଲ ଦାଶଙ୍କ ସହିତ, ଏଆଇସିସି ସଦସ୍ୟା ସମସୀଦା ତାଏଵ୍ , ପିସିସି ସମ୍ପାଦିକା ଶିଳ୍ପୀଶ୍ରୀ ହରିଚନ୍ଦନ , ଵରିଷ୍ଠ ନେତା ଡାକ୍ତର ତୁଷାର କାନ୍ତି ନାୟକ , ଵିପ୍ରଵର ସାହୁ, ବିନୟ ସାହୁ , ନିଶାକର ସାହୁ , ଜଵୀର ବକ୍ସ , ବିଜୟ ସ୍ୱାଇଁ , ଫକୀର ବେହେରା , ****,ଏନ୍.ଏସ୍.ୟୁ.ଆଇ ସଦସ୍ୟ*** ପ୍ରମୁଖ ଏଫ୍.ଆଇ.ଆର ପ୍ରଦାନ କରିଥିଲେ ।



