ନବ ନିର୍ମାଣ କୃଷକ ସଂଘ ଓ ବରିଷ୍ଠ ନାଗରିକଙ୍କ ଗୋ-ମାତା ସେବା ପ୍ରସଙ୍ଗରେ ବୈଠକ
ଢେଙ୍କାନାଳ କୈବଲ୍ୟ ବଜାରସ୍ଥିତ ଦଧୁବାବନ ମଠ ଭାଗବତଜୀଉଙ୍କ ପ୍ରାଙ୍ଗଣରେ ପ୍ରହଲ୍ଲାଦ ସାହୁଙ୍କ ସଭାପତିତ୍ୱରେ ଗୋ-ମାତା ସେବା ପ୍ରସଙ୍ଗରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ପୁରୀ ବାଲିଘାଇ ଶ୍ରୀଶ୍ରୀ ହରିହରାନନ୍ଦ ଆଶ୍ରମରେ ଭାରତୀୟ ଗୋ ବିଜ୍ଞାନ ପ୍ରଶିକ୍ଷଣରୁ ପ୍ରତିକ୍ଷିତ ହୋଇଥିବା ଭାଇ ଓ ମା’ମାନେ ଉପସ୍ଥିତ ଥିଲେ। ସଭାର ଉଦ୍ୟସ ହେଲା ଗୋ-ମାତା ହେଉଛନ୍ତି ଆମର ମା’, ଦେବୀ ରୂପରେ ପୂଜା ପାଇବା କଥା I ତାଙ୍କ ଖତ, ମୂତ୍ର, ଖୁର, ଦହି, ଘିଅରୁ ପ୍ରତ୍ୟେକ ଦେବାଦେବୀ ପୂଜା ପାଉଛନ୍ତି, ତାଙ୍କ ଖତ ଓ ମୂତ୍ରରୁ କିପରି ଆମେ ଚାଷଲାଗି ସାର, ଔଷଧ ଏବଂ ଲୋକମାନଙ୍କ ପାଇଁ ଖାଦ୍ୟ, ଔଷଧ, ସାବୁନ୍, ଧୂପକାଠି, ଫିନାଇଲ୍ ଇତ୍ୟାଦି ତିଆରି କରି ହେବ ସେ ବାବଦରେ ଆଲୋଚନା କରାଯାଇଥିଲା ଏବଂ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗୋ-ମାତା କିପରି ସୁରକ୍ଷିତ ରହିବେ । ଏହି ବୈଠକରେ ପ୍ରଫୁଲ୍ଲ କୁମାର ପରିଡା, ଗୋପିନାଥ ଜେନା, ଚନ୍ଦ୍ରଶେଖର ବରାଳ, ଅନ୍ତର୍ଯ୍ୟାମୀ ବରାଳ, ମଦନ ମୋହନ ବାରି, ପ୍ରମୋଦ କୁମାର ସାହୁ, ଶରତ ଙ୍ଖୁଟିଆ, ନୀଳମଣି ବରାଳ, ବାସନ୍ତି ସାଇଁ ପ୍ରମୁଖ ଉପସ୍ଥିତ ଥିଲେ । ସର୍ବଶେଷରେ ସଭାପତି ପ୍ରହଲ୍ଲାଦ ସାହୁଙ୍କୁ ଧନ୍ୟବାଦ ଦିଆଯାଇ ସଭା ସାଙ୍ଗ କରାଯାଇଥିଲା ।



