ସାପୁଆ ବାମ ପାର୍ଶ୍ୱ କେନାଲ କାର୍ଯ୍ୟ ଅତି ନିମ୍ନ ମାନର କରି ଯନ୍ତ୍ରୀ ଓ ଠିକାଦାର ମାଲେମାଲ
ହିନ୍ଦୋଳ :09/06/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ନୂଆବଗ ଠାରୁ ଭକ୍ତପୁର ପର୍ଯ୍ୟନ୍ତ ଜଳସେଚନ ବିଭାଗ ଦ୍ୱାରା ଚାଲୁଥିବା ସାପୁଆ ବାମ ପାର୍ଶ୍ୱ କେନାଲ କାମ ନିମ୍ନ ରୁ ଅତିନିମ୍ନ ମାନର ଚାଲୁଥିବା ଦେଖିବାକୁ ମିଳିଛି। ଯେଉଁଠିକି ଯନ୍ତ୍ରୀ ଓ ଠିକାଦାର ଙ୍କ ବିନା ଉପସ୍ଥିତି ରେ ମନଇଛା ବିନା ବାଲିରେ ମାଟି ଉପରେ କ୍ରସର ଗୁଣ୍ଡ ମିଶା କଂକ୍ରିଟ ଢାଳି କେନାଲ କାମ ଚାଲୁଛି ଯାହାକି ଆଜି କାମ ହଉ ହଉ କାଲିକି ଫାଟିକି ଆଁ କରୁଛି, ଏବଂ ସେଠାରେ ପ୍ରତିକ୍ରିୟା ନେଲାବେଳେ ଆମେ ଜାଣିବାକୁ ପାଇଲୁକି ସେଠାରେ କାର୍ଯ୍ୟ କରୁଥିବା କଣ୍ଟ୍ରାକ୍ଟର ଗୋପାଳ ଦାସ କିଛି ସ୍ଥାନୀୟ ଦଲାଲ ଙ୍କ ହାତରେ କାର୍ଯ୍ୟ ଭାର ଦେଇ ମନଇଛା ନିମ୍ନ ମାନର କାମ କରିବାପାଇଁ ଛାଡିଦେଇଛନ୍ତି, ଯାହାକି ବଡ ଦୁର୍ଭାଗ୍ୟ ର ବିଷୟ ଏହି ଜଳ ସେଚନ ବିଭାଗ ଟି ସ୍ୱୟଂ ମୁଖ୍ୟମନ୍ତ୍ରୀ ଙ୍କ ବିଭାଗ ହୋଇଥିବାବେଳେ ଏହିଭଳି ଦୁର୍ନୀତି କୁ କିପରି ବିଭାଗର je, sdo ପ୍ରଶୟ ଦେଉଛନ୍ତି ତାହା ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଓ ସେହି କାମକୁ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅଂଚଳବାସୀ ଦାବି କରିଛନ୍ତି।
ହିନ୍ଦୋଳ ରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ



