ସଦର ବ୍ଲକ୍ ଅନ୍ତର୍ଗତ ଆଦିମ ଜନଜାତି କୁଆଙ୍ଗ ସଂପ୍ରଦାୟର ଉନ୍ନତି ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ
ସଦର ବ୍ଲକ୍ ଅନ୍ତର୍ଗତ ଆଦିମ ଜନଜାତି ଜୁଆଙ୍ଗ ଆଦିବାସୀମାନେ ବିଭିନ୍ନ ସମସ୍ୟା ନେଇ ସଦର ବ୍ଲକ୍ଠାରେ ହୋଇଥିବାଜନଶୁଣାଣି ଅଭିଯୋଗରେ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ସଦର ବ୍ଲକ୍ ଅନ୍ତର୍ଗତ ପ୍ରାୟ ୧୫ ଗୋଟି ଗ୍ରାମର ଜନଜାତି ନୂଆଙ୍ଗ ସଂପ୍ରଦାୟର ବ୍ୟକ୍ତିମାନେ ସରକାରୀ ସୁବିଧା ଓ ସୁଯୋଗ ପାଇବାରୁ ବଂଚିତ ହେଉଛନ୍ତି । ସରକାରଙ୍କ ମୁଖ୍ୟ ସ୍ରୋତରେ ସାମିଲ୍ ହେବା ପାଇଁ ଚାହିଁରେ ମଧ୍ଯ ହୋଇପାରୁ ନାହାଁନ୍ତି । ପ୍ରତ୍ୟେକ ଗ୍ରାମକୁ ସରକାରୀ ସୁବିଧା ଥିଲେ ମଧ୍ୟ ଜୁଆଙ୍ଗ ବସ୍ତି ଓ ସାହିରେ ସମସ୍ୟା ଲାଗି ରହିଛି । ପ୍ରତି ବୁକ୍ରେ ଥିବା ସମସ୍ତ ଫଳାୟତ କର୍ମଚାରୀଙ୍କ ଅବହେନା ଓ ଅହେତୁକ ହେୟ ମନୋଲାବ ପାଇଁ ନୀରିକ ଆଦିବାସୀ ଜୁଆଙ୍ଗ ଲୋକମାନେ ଏଥୁରୁ ବଂଚିତ ହେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ଆବାସ ଗୃହ ଯୋଜନା ବହୁ ଲୋକ ପାଉଥିଲେ ମଧ୍ୟ ଜୁଆଙ୍ଗ ବସ୍ତି ଗୁଡିକରେ ତାହା ପହଁଚି ପାରିନାହିଁ । ପାନୀୟ ଜଳ ବ୍ୟବସ୍ଥା, ଭଲ ରାସ୍ତା, ଘରଡିହ ପଟ୍ଟା, ସୋଲାର ଓ କୋଠାଘର ସୁବିଧା ମଧ୍ୟ ପାଇପାରି ନାହାଁନ୍ତି ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଣୁ ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ଅଭିଯୋଗ ପତ୍ର ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାହୁଲ୍ ମଣ୍ଡନଙ୍କୁ ପ୍ରଦାନ କରିଛନ୍ତି । ଏହି ଅଭିଯୋଗ ପତ୍ର ଦାଖଲ ସମୟରେ ଜୁଆଙ୍ଗ ସଂପ୍ରଦାୟର ନିରାକାର ପ୍ରଧାନ, ଭାମା ଦେହେରା, ସୁକାନ୍ତ ପ୍ରଧାନ, ଟିକିଲି ପଧାନ, ପୂଜା ପଧାନ, ରୀତା ବେହେରା, ସମ୍ପାରୀ ପଧାନ, ସଚ୍ଚିଦାନନ୍ଦ ପଧାନ, ସଞ୍ଜୟ ପରିତାଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।



