ଭୂଅର୍ଜନ ଅଧିକାରୀ ଓ ଜମିହରାଙ୍କ ମିଳିତ ଅଭିଯୋଗ ଶୁଣାଣୀ
ତାଳଚେର, ୦୯/୦୬ ମହାନଦୀ କୋଲଫିଲଡ଼ସ୍ ଲିମିଟେଡ଼ର ସ୍ୱତନ୍ତ୍ର ଭୂଅର୍ଜନ କାର୍ଯ୍ୟାଳୟ ପକ୍ଷରୁ ୪ର୍ଥ ପାଇଁ ମିଳିତ ଜମିହରା ପ୍ରଜାଙ୍କ ତାଳଚେର ଉପଜିଲ୍ଳାପାଳଙ୍କ ସଭାଗୃହ ଠାରେ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରକୁ ଉପଜିଳ୍ଳାପାଳ ସମୀର ଜେନା ଅଧ୍ୟକ୍ଷତା କରିଥିଲେ । ଶିବିରରେ ମହାନଦୀ କୋଲଫିଲଡ଼ସ୍ ଲିମିଟେଡ଼ର ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ପ୍ରତାପ ହରି ପ୍ରଧାନ ସମସ୍ତ କ୍ଷେତ୍ରର ଅଧିକାରୀ ପୁନଃ ସ୍ଥାପନ ଏବଂ ପୁନଃ ଥଇଥାନ ଅଭିଯୋଗ ସମାଧାନ କାର୍ଯ୍ୟାଳୟର ଅଧିକାରୀ ପ୍ରେମାନନ୍ଦ ପ୍ରଧାନଙ୍କ ସହ ବିଭିନ୍ନ ଗ୍ରାମର ଜମିହରା ପ୍ରଜାମାନେ ସେମାନଙ୍କ ଅଭିଯୋଗ ଦାଖଲ କରିଥିଲେ । ଶିବିରରେ ସମୁଦାୟ ୧୬ଟି ଅଭିଯୋଗ ଗ୍ରହଣ କରାଯାଇ ଶୁଣାଣୀ ହୋଇଥିଲା । ଏହି ୧୬ଟି ଅଭିଯୋଗ ମଧ୍ୟରୁ ୧୧ଟି ଅଭିଯୋଗର ତୁରନ୍ତ ନିଷ୍ପତି ଗ୍ରହଣ କରାଯାଇଥିଲା ବୋଲି ପୁନଃ ସ୍ଥାପନ ଏବଂ ପୁନଃ ଥଇଥାନ ଅଭିଯୋଗ ସମାଧାନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।



