ଏନଟିପିସି, ଟିଟିପିଏସ୍ ପ୍ଲାଂଟରେ ଠିକା ନିଯୁକ୍ତି ପାଇଁ ଗଣଧାରଣା
ତାଳଚେର, ୦୯/୦୬ ତାଳଚେର ବ୍ଳକ ଅନ୍ତର୍ଗତ ସନ୍ଥପଡ଼ା ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଆଜି ଟିଟିପିଏସରେ ନିଯୁକ୍ତି ଦାବିକରି ୩ନମ୍ବର ଫାଟକରେ ସମ୍ମୁଖରେ ଗଣଧାରଣାରେ ବସିଥିଲେ । ଘଟଣାରୁ ପ୍ରକାଶ, ଉକ୍ତ ଗ୍ରାମର ଜମିବାଡ଼ି ଟିଟିପିଏସ ଦ୍ୱାରା ଅଧିଗ୍ରହଣ କରାଯାଇଥିଲେ ମଧ୍ୟ ଦୀର୍ଘବର୍ଷରୁ ସେମାନେ ଠିକା ନିଯୁକ୍ତି ଦାବିକରି ଆନ୍ଦୋଳନ, ଦାବିପତ୍ର ଇତ୍ୟାଦି ପ୍ରଦାନ କରି ଆସୁଥିଲେ ହେଁ ଏହାକୁ କେହି ହେଲେ କର୍ଣ୍ଣପାତ କରୁନଥିବାରୁ ଆଜି ସେମାନେ ବାଧ୍ୟହୋଇ ଗେଟ ସମ୍ମୁଖରେ ଗଣଧାରଣା ଦେଇଥିଲେ । ଠିକା ନିଯୁକ୍ତି ନମିଳିବା ପର୍ଯ୍ୟନ୍ତ ସେମାନେ ପ୍ଲାଂଟ ମଧ୍ୟକୁ କୌଣସି କର୍ମଚାରୀଙ୍କୁ ଛାଡ଼ି ନଥିଲେ । ଘଟଣା ସ୍ଥଳରେ କୋଲିୟରୀ ପୋଲିସ୍ ପଂହଚି କ୍ଷତିଗ୍ରସ୍ତ ପ୍ରଜାଙ୍କୁ ବୁଝାସୁଝା କରିଥିଲା । ଖବର ଲେଖାହେଲା ବେଳକୁ କୌଣସି ନିସର୍ଷ୍କ ବାହାରି ପାରିନାହିଁ ବୋଲି କ୍ଷତିଗ୍ରସ୍ତ ପ୍ରଜାସଂଘର ସମ୍ପାଦକଙ୍କ ନିକଟରୁ ଜଣାପଡ଼ିଛି ।



