ଡ଼ଃ ସୁନିତୀ ମିଶ୍ର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ତାଳଚେର, ୦୯/୦୬ ତାଳଚେର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଡ଼ଃ ସୁନିତ ମିଶ୍ର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ତାଳଚେର ସିଂହସାହି ଠାରେ ଥିବା ପବ୍ଲିକ ସ୍କୁଲ ପକ୍ଷରୁ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କରାଯାଇଥିଲା । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ବବିତା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଟ୍ରଷ୍ଟର ସଭାପତି ସିଦ୍ଧେଶ୍ୱର ମିଶ୍ର, ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଭାବେ ମ୍ୟାନେଜିଙ୍ଗ ଟ୍ରଷ୍ଟି କିର୍ତୀମୋତି ମିଶ୍ର ଯୋଗଦେଇ ପରିବେଶ ଦିବସ ପାଳନ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିସହିତ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ହୋଇଥିଲା ଓ କୃତୀଛ୍ରାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ନିଜ ପରିବେଶକୁ ତଥା ଆମ ପରିବେଶକୁ ସୁନ୍ଦର ଓ ସରସ କରାଯିବା ନେଇ ମିଳିତ ସଂକଳ୍ପ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।



