କ୍ଷତିଗ୍ରସ୍ତ ଜମିହରା ପ୍ରଜାସଂଘର ବିକ୍ଷୋଭ

ତ୍Date-10/06/25 -(ଦୁର୍ଯ୍ୟୋଧନ ପ୍ରଧାନ)ତାଳଚେର -ଏନ ଟି ପିସି ପରିଚାଳନାଧୀନ ତାଳଚେର ଟିଟିପିଏସ୍ ଗେଟ୍ ସମ୍ମୁଖରେ ତାଳଚେର ବ୍ଲକ ସନ୍ଥପଡ଼ା ଗ୍ରାମର କ୍ଷତିଗ୍ରସ୍ତ ଜମିହରା ପ୍ରଜାସଂଘ ପକ୍ଷରୁ ଠିକା ଶ୍ରମିକ ଭାବରେ ନିଯୁକ୍ତି ଦାବିରେ ବିକ୍ଷୋଭପ୍ରଦର୍ଶନ କରାଯିବା ସହ ଗଣଧାରଣା ଦିଆଯାଇଥିଲା।ପ୍ରଜାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି,ଗତ ୨୦୧୬ ମସିହାରୁ ଗ୍ରାମବାସୀ ନିଯୁକ୍ତି ଦାବିରେ ଅନେକବାର ଦାବି, ଆପତି ଜଣାଇବା ସହ ଆନ୍ଦୋଳନ କରିଛନ୍ତି । କିନ୍ତୁ ଏନ ଟି ପି ସି କମ୍ପାନୀ କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ପାଉଁଶ ପୋଖରୀ ନିର୍ମାଣ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଗ୍ରାମବାସୀଙ୍କ ଜମି ଅଧିଗ୍ରହଣ କରାଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ଜମିହରା ପ୍ରଜାଙ୍କୁ ଠିକା ଶ୍ରମିକ ଭାବେ ନିଯୁକ୍ତି ଦେବାରେ କମ୍ପାନୀ ବିଫଳ ହୋଇଛି।ବାହାର ଲୋକ ନିଯୁକ୍ତି ପାଉଥିବା ବେଳେ କ୍ଷତିଗ୍ରସ୍ତଙ୍କୁ ଉପେକ୍ଷା କରାଯାଉଛି। ନିଯୁକ୍ତି ପ୍ରଦାନ ନକରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି|



