*ରେଞ୍ଜର ସାମ୍ବାଦିକ ବିବାଦ ସମାଧାନ
ହିନ୍ଦୋଳ-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ସାମ୍ବାଦିକ ମାନଙ୍କ ସହ ହିନ୍ଦୋଳ ରେଞ୍ଜରଙ୍କ ବିବାଦ ଆଜି ସମାଧାନ ହୋଇଯାଇଛି। ଖବରରୁ ପ୍ରକାଶ ଗତ ୮/୬/୨୫ରେ ଏକ ହାତୀ ମୃତ୍ୟୁ ଘଟଣାକୁ ନେଇ ରେଞ୍ଜର ଗୌତମ ପ୍ରଧାନ ଓ ହିନ୍ଦୋଳ ସାମ୍ବାଦିକ ମାନଙ୍କ ସହ ମନୋମାଳିନ୍ୟ ହୋଇଥିଲା ଏହାକୁ ନେଇ ହିନ୍ଦୋଳ ଥାନାରେ ଦ୍ୱାରସ୍ଥ ହୋଇଥିଲେ ଉଭୟ ପକ୍ଷ। ଯାହାକୁ ନେଇ ଅଞ୍ଚଳ ତଥା ଜିଲ୍ଲାରେ ବହୁ ବାଦବିବାଦ ଆଲୋଚନା ସମାଲୋଚନା ହୋଇଥିଲା।ତେବେ ହିନ୍ଦୋଳ ଉପଜିଲ୍ଲାପାଳ ପ୍ରଭାସ କୁମାର ବେଉରା, ଉପଖଣ୍ଡ ଆରକ୍ଷୀ ଉପଅଧିକ୍ଷକ ସତ୍କୁମାର ନନ୍ଦ ଉଦ୍ୟମରେ ଏବଂ ହିନ୍ଦୋଳ ଥାନା ଅଧିକାରିଣୀ ଚାରୁଲତା ବେହେରାଙ୍କ ତତ୍ୱାବଧାନରେ ଏକ ବୈଠକ କରାଯାଇ ଉଭୟଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣରେ ଆପୋଷ ବୁଝାମଣା ହୋଇଯାଇଛି।ଯେହେତୁ ଉଭୟପକ୍ଷ ବିଭିନ୍ନ କ୍ଷେତ୍ରରେ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ, ବନବିଭାଗ ଶାସନତନ୍ତ୍ର ଅଂଶବିଶେଷ ସମସ୍ତଙ୍କର ଆବଶ୍ୟକତା ସମାଜ ପାଇଁ ଥିବାରୁ ଉଭୟ ମିଳିମିଶି କାର୍ଯ୍ୟକରିବାର ଆବଶ୍ୟକତା ରହିଛି ତେଣୁ ଏହିବିବାଦ ଆଗକୁ ବଢ଼ିବା ଉଚିତ ନୁହେଁ ବୋଲି ସମସ୍ତେ ଅନୁଭବ କରିଥିଲେ। ତେବେ ଆଗକୁ ଏଭଳି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହେବାପାଇଁ ଉଭୟପକ୍ଷ ଯଥେଷ୍ଟ ଯତ୍ନଶିଳ ରହିବେ ବୋଲି ରାଜିହୋଇ ଆପୋଷ ବୁଝାମଣା ହୋଇଥିଲେ ଏବଂ ଉଭୟ ନିଜ ନିଜ କ୍ଷେତ୍ରରେ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବାସହ ଜନସାଧାରଣଙ୍କୁ ଉଚିତ ସେବା ଯୋଗାଇ ଦେବେ ବୋଲି ଉଭୟ ପକ୍ଷ ପ୍ରକାଶ କରିଛନ୍ତି।
ହିନ୍ଦୋଳ ରୁ ସୁବ୍ରତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



