ହାତୀ ମାରିଲା ମଣିଷ, ମାଡ଼ ଖାଇଲେ ବନବିଭାଗ କର୍ମଚାରୀ
କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ବଡ଼ବିଲ ବାନାଞ୍ଚଳ ଗୁଆଲି ପଞ୍ଚାୟତ କେନ୍ଦୁଢି ଗ୍ରାମରେ ଗତକାଲି ଗୋଠ ଛଡ଼ା ଦନ୍ତା ହାତୀ ଆକ୍ରମଣରେ ଦୁଇଜଣ ପ୍ରାଣ ହରାଇଥିବା ନେଇ ସୂଚନା। ସୂଚନା ଅନୁଯାୟୀ ସନ୍ତୋଷ ମୁଣ୍ଡା ରୀନା ମୁଣ୍ଡା ଓ ଅନ୍ୟ କିଛି ଲୋକ କାଠ ଆଣିବା ପାଇଁ ଜଙ୍ଗଲ କୁ ଯାଇଥିବା ବେଳେ ଗୋଠ ଛଡ଼ା ଦନ୍ତାହାତୀ ଆକ୍ରମଣର ଶିକାର ହୋଇଥିଲେ, ଘଟଣା ସ୍ଥଳରେ ସନ୍ତୋଷ ମୁଣ୍ଡାର ମୁତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ରୀନା ମୁଣ୍ଡା କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ସେଠାରେ ରୀନା ମୁଣ୍ଡାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା। ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଘଟଣା ସ୍ଥଳକୁ ବନ ବିଭାଗ କର୍ମଚାରୀ ଯାଇଥିବା ବେଳେ ଲୋକଙ୍କ ଆକ୍ରୋଶ ର ଶିକାର ହୋଇଥିଲେ, ଦେଖନ୍ତୁ ଏହି ଦୃଶ୍ୟ କୁ କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

