
କଟକ – କଟକ ବାଙ୍କୀରେ ଥିବା SSB KINGDOM କେବଳ ଜଳକ୍ରୀଡ଼ା କିମ୍ବା ରିସୋର୍ଟରେ ଆଉ ସୀମିତ ନାହିଁ । ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ରଜକୁ ପ୍ରଚାର ପ୍ରସାର କରିବା ସହ ଓଡ଼ିଶାର ଐତିହ୍ୟ, ପରମ୍ପରା କୁ ସ୍ଵତନ୍ତ୍ର କରିବା ପାଇଁ ଦୀର୍ଘ ଦୁଇ ବର୍ଷ ହେଲା SSB KINGDOM ଆୟୋଜନ କରି ଆସୁଛି ରଜ କୁମାରୀ । ତେବେ ଚଳିତ ରଜ କୁମାରୀ ଅଡିସନରେ ସମଗ୍ର ଓଡ଼ିଶାରୁ ପାଖାପାଖି ୯୦ ରୁ ଉର୍ଦ୍ଧ୍ବ ଝିଅମାନେ ଅଂଶଗ୍ରହଣ କରିଥିଲେ । ଏବଂ ପ୍ରତିଯୋଗୀ ମାନଙ୍କୁ ତିନୋଟି ଗ୍ରୁପ୍ ରେ ବିଭକ୍ତ କରାଯାଇଥିଲା ।

ସେଥିମଧ୍ୟରୁ ୫ ରୁ ୧୨ ବର୍ଷର ଝିଅ ଙ୍କୁ ନେଇ ଗ୍ରୁପ୍-ଏ ପ୍ରସ୍ତୁତ ହୋଇଥିବା ବେଳେ ଗ୍ରୁପ୍-ବି ରେ ୧୩ ରୁ ୧୯ବର୍ଷର, ଏବଂ ଗ୍ରୁପ୍-ସି ରେ ୨୦ ରୁ ୨୫ ବର୍ଷର ଜଣ ଝିଅମାନେ ଭାଗ ନେଇଥିଲେ । ଚଳିତ ମାସ ୧୩ ଏବଂ ୧୪ ତାରିଖରେ ଏହାର ଅଡିସନ୍ କରଯାଇଥିଲା ।

ଆଜିର ଏ ଗ୍ରାଣ୍ଡ ଫାଇନାଲରେ ତିନୋଟି ଯାକ ଗ୍ରୁପରୁ ଜଣେ ଲେଖାଏଁ ସେକେଣ୍ଡ ରନର୍ସ ଅପ୍, ଫାଷ୍ଟ ରନର୍ସ ଅପ୍, ଏବଂ ଜଣଙ୍କୁ ଗ୍ରୁପର ରଜ କୁମାରୀ ମୁକୁଟ ମିଳିଥିଲା । ତେବେ ଏଭଳି କାର୍ଯ୍ୟକ୍ରମ ଆଗାମୀ ପିଢ଼ିକୁ ଓଡ଼ିଆ ସାହିତ୍ୟ,ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ଗୁରୁତ୍ଵ ପ୍ରଦାନ କରିବ ।…



