ବଦ୍ରିନାରାୟଣ ପାତ୍ରଙ୍କ ନେତୃତ୍ବରେ ମୃତ ନାବାଳିକାଙ୍କ ପରିବାରକୁ ଭେଟିଲେ ବିଜେଡି ପ୍ରତିନିଧିଦଳ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ତେନ୍ତଲାପଶି ଗ୍ରାମର ଘର ନିକଟସ୍ଥ ଗଛରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଏହାକୁ ନେଇ ନାବାଳିକା ର ପରିବାର ଝିଅକୁ ଦୁସ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ଯାହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ବାଇବା ସହ ରାଜରାସ୍ତାରେ କୁ ଅବରୋଧ କରଯାଇଥିଲା। ଏହି ଘଟଣାକୁ ନେଇ ବିଜେଡି ଦଳର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ନେତୃତ୍ଵର ଜିଲ୍ଲା ବିଜେଡିର ଏକ ପ୍ରତିନିଧି ଦଳ ଉକ୍ତ ନାବାଳିକା ର ପରିବାରକୁ ଭେଟିଛନ୍ତି । ଏହାପରେ, ବିଜେଡ଼ି ପ୍ରତିନିଧି ଦଳ ଏସପିଙ୍କୁ ଭେଟି ଅଭିଯୁକ୍ତର ଗିରଫ ଦାବି କରିଛନ୍ତି । କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ତେନ୍ତଳାପଶି ଗ୍ରାମର ଘର ନିକଟ ଗଛରୁ ଗତକାଲି ନାବାଳିକାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଯାହାକି ସୂଚନା ରହିଛି ମୃତ ନାବାଳିକାଙ୍କର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଗତ ସୋମବାର ବିଳମ୍ବିତ ରାତିରେ ଘର ବାହାରକୁ ଶୌଚ ହେବାକୁ ଯାଇ ସକାଳ ଯାଏ ଘରକୁ ଫେରି ନଥିଲେ ନାବାଳିକା । ସକାଳେ ଘର ନିକଟ ସଜନା ଗଛରେ ନାବାଳିକାଙ୍କର ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ଲୋକେ । ପରିବାର ତଥା ସ୍ଥାନୀୟ ଲୋକେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗକରି ଅଭିଯୁକ୍ତମାନଙ୍କ ଗିରଫ ଦାବିରେ ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ହରିଚନ୍ଦନପୁର ତହସିଲଦାର ଓ ତେଲକୋଇ ବିଧାୟକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନାବାଳିକାଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି । ଏହି ହତ୍ୟା ଅଭିଯୋଗ ଘଟଣାରେ ପ୍ରକୃତ ଅଭିଯୁକ୍ତକୁ ତୁରନ୍ତ ଗିରଫ କରି କଠୋର ଦଣ୍ଡବିଧାନ କରିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଦାବି କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ବିଜେଡ଼ିର ଏହି ପ୍ରତିନିଧିଦଳ | ଏହି ଘଟଣା ରେ , ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରହିଥିବା ବେଳେ, ଶବ ବ୍ୟବଚ୍ଛେଦ ରିପୋର୍ଟ କୁ ଅପେକ୍ଷା କରାଯାଇଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ସୁଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



