କଟକ:କଟକ ବକ୍ସିବଜାର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ। । ପୈତୃକ ସମ୍ପତ୍ତି ବିବାଦକୁ ନେଇ ଭାଇକୁ ହତ୍ୟା କରିଛନ୍ତି ଭାଇ, ଭାଉଜ ଓ ପୁତୁରା । ମୃତକ ହେଲେ ଅଶୋକ ବାରିକ ।
ଗତ ୨ ଦିନ ତଳେ ସିଡିଏ ମାର୍କେଟ କମ୍ପ୍ଲେକ୍ସରୁ ଅଶୋକଙ୍କ ମୃତଦେହ ମିଳିଥିଲା । ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଦେଖାଯାଇଥିଲା ।
କମିଶନରେଟ ପୋଲିସ ଘଟଣାର ତଦନ୍ତ କରି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ।ଘଟଣାରେ ପୋଲିସ ୩ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ମୃତକ ଅଶୋକ ବାରିକଙ୍କ ସାନ ଭାଇ ଉମେଶ ବାରିକ, ବଡ଼ ଭାଉଜ ସରସ୍ୱତୀ ସ୍ୱାଇଁ ଓ ପୁତୁରା ସ୍ୱୟଂପ୍ରଭୁ ଶ୍ରୀଚରଣ । ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଏହି ହତ୍ୟାକାଣ୍ଡରେ ୪ ଜଣ ସମ୍ପୃକ୍ତ ଥିଲେ ।ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଗୋଟିଏ ମୋଟର ସାଇକେଲ, ଦୁଇଟି ମୋବାଇଲ ଫୋନ, ହତ୍ୟାରେ ବ୍ୟବହୃତ ହୋଇଥିବା ଏକ କଟୁରୀ ଜବତ କରିଛି। ଏହି ଘଟଣାରେ ଜଣେ ଭାଇ ଫେରାର ଥିବା ବେଳେ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କଟକ ଡିସିପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)
