ହୋଟେଲ୍ ନିଉକାବେରୀ ରେ ବଡ଼ବିଲ ପ୍ରଶାସନ ପକ୍ଷରୁ ଚଢାଉ

କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଡାଇରିଆ ତାର ପ୍ରଭାବ ବିସ୍ତାର କରୁଥିବା ବେଳେ ଏହାକୁ ପ୍ରତିହତ କରିବାକୁ କେନ୍ଦୁଝର ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ତତ୍ପରତା ଦେଖାଇଛି। ଯାହାକୁ ନେଇ ଆଞ୍ଚଳିକ ପ୍ରଶାସନ ବିଭିନ୍ନ ଅଞ୍ଚଳରେ ଫାଷ୍ଟ ଫୁଡ୍, ଜଳଖିଆ ଦୋକାନ ଗୁଡ଼ିକୁ ପ୍ରାୟ ପ୍ରାୟତ ବନ୍ଦ୍ ରଖିବାକୁ ନିର୍ଦ୍ଦେଶ ଜାରୀ କରିଛନ୍ତି। ସେହି ପରିପ୍ରେକ୍ଷୀରେ ବଡ଼ବିଲ ପୌରପାଳିକା ପକ୍ଷରୁ ଗତ 21/6/25 ତାରିଖ ଦିନ ବଡ଼ବିଲ ପୌରାଞ୍ଚଳରେ ଥିବା ସମସ୍ତ ଜଳଖିଆ ଦୋକାନ ଓ ଫାଷ୍ଟ ଫୁଡ୍ ଦୋକାନ ଗୁଡ଼ିକୁ ଏକ ସପ୍ତାହ ପାଇଁ ବନ୍ଦ୍ ରଖିବାକୁ ନିର୍ଦ୍ଦେଶ ଜାରୀ କରାଯାଇଛି। କିନ୍ତୁ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ବଜାର ମଧ୍ୟରେ ଥିବା ହୋଟେଲ୍ ନିଉକାବେରୀ ପ୍ରଶାସନ ର ନିର୍ଦ୍ଦେଶ କୁ ବେଖାତିର୍ କରି ତାର ହୋଟେଲ୍ ମଧ୍ୟରେ ଥିବା ଫାଷ୍ଟ ଫୁଡ୍ ଦୋକାନ ଚାଲୁ ରଖିଥିଲା, ଯାହାର ସୂଚନା ପାଇ ବଡ଼ବିଲ ପୌରଧିକାରୀ ରମେଶ ଚନ୍ଦ୍ର ନାୟକ, ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ପୌର କର୍ମଚାରୀ ଓ ପୋଲିସ କର୍ମଚାରୀ ଙ୍କୁ ନେଇ ସଦଳବେଳେ ହୋଟେଲ୍ ନିଉ କାବେରୀ ଚଢାଉ କରିଥିବା ଦେଖିବାକୁ ମିଳିଥିଲା କିନ୍ତୁ ହୋଟେଲ୍ କତୃପକ୍ଷ ପ୍ରଶାସନର ନିର୍ଦ୍ଦେଶ ଜାଣି ନଥିବା କହି ଭୁଲ୍ ମାଗିବାରୁ ପ୍ରଶାସନ ପକ୍ଷରୁ ତାଙ୍କୁ ତାଗିଦ୍ କରାଯାଇ ଫାଷ୍ଟ ଫୁଡ୍ ଦୋକାନ କୁ ବନ୍ଦ୍ ରଖିବାକୁ ନିର୍ଦ୍ଦେଶ ଦେଇ ଛଡାଯାଇଥିବା ନେଇ ବଡ଼ବିଲ ପ୍ରଶାସନ ପକ୍ଷରୁ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




