ଆଳି ୨୮/୬ ଆଳି ଥାନା ଅନ୍ତର୍ଗତ ମହୁ ପଞ୍ଚାୟତର ଅବସରପ୍ରାପ୍ତ ଶିକ୍ଷକ ଓ ଜଣେ ଜଣାଶୁଣା ଆଳି ଅଞ୍ଚଳର ସମାଜସେବୀ ଏବଂ ଅନେକ ସଂଗଠନ ସହ ଜଡ଼ିତ ବିଜେପିର ପୁର୍ବତନ ବ୍ଲକ୍ ସଭାପତି ଆଳି ନାଗରିକ ମଞ୍ଚର ଉପଦେଷ୍ଟା ସ୍ଵର୍ଗତ କରୁଣାକର ତ୍ରିପାଠୀଙ୍କ ଦ୍ଵାଦଶ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭା ତାଙ୍କ ବାସ ଭବନରଠାରେ ଆଳି ନାଗରିକ ମଞ୍ଚ ଆଳି ସଂଯୋଜନାରେ ଆୟୋଜିତ କରାଯାଇ ମଞ୍ଚର ସଭାପତି ଧନେଶ୍ଵର ରାଉତଙ୍କ ସଭାପତିତ୍ବରେ ସ୍ମୃତି ଚାରଣ ସଭା ଆରମ୍ଭ ହୋଇଥଲା। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।ଆଳି ନାଗରିକ ମଞ୍ଚର ସମସ୍ତ ସଦସ୍ୟ ଓ ଅବସରପ୍ରାପ୍ତ ସଂଘର କର୍ମକର୍ତ୍ତା ଆଳିର ବିଜେପି ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ପଣ୍ଡା୍ ,ଦୋଳ ଗୋବିନ୍ଦ ନାୟକ,ବ୍ରଜ ସୁନ୍ଦର ଭୁୟାଁ,ବିଜେପିର କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ, ବିଜେପି କୃଷକ ମୋର୍ଚ୍ଚାର ସମ୍ପାଦକ ବିକ୍ରମ କେଶରୀ ରାଉତ ରାଏ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା,ସୁଜାତା ବାରିକ୍ ଆଇନଜୀବି ଅକ୍ଷୟ ମଲ୍ଲିକ,ଗୋବିନ୍ଦ ଚନ୍ଦ୍ର ନନ୍ଦ,ଧନେଶ୍ଵର ରାଉତ, ଲକ୍ଷ୍ମୀଧର ଦୀକ୍ଷିତ,ଆଇନଜୀବି ରାଧାକାନ୍ତ ବେହୁରା ଆଇନଜୀବି ରଞ୍ଜନ ପାତ୍ର ଶରତ କର,ଅନନ୍ତ ରଥ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭକ୍ତ ବନ୍ଧୁ ମିଶ୍ର ସୁଶାନ୍ତ କର,ତପନ ପରିଡ଼ା ବରାହ ଚରଣ ପଣ୍ଡା,ଅମୂଲ୍ୟ ରାଉତ ସମାଜସେବୀ ସରୋଜ ସାହୁ,ମହୁ ଗ୍ରାମର ସରପଞ୍ଚ ମହେଶ୍ବର ତ୍ରିପାଠୀ ଓ ସମାଜସେବୀ ସରୋଜିନୀ ରାଉତ ମହାନ୍ତି ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। କରୁଣାକର ତ୍ରିପାଠୀ ଜଣେ ସରଳ ମିଷ୍ଟଭାଷୀ ଓ ପରୋପକାରୀ ମଣିଷ ଥିଲେ। ସମସ୍ତଙ୍କ ହୃଦୟରେ ସେ ଜୀବିତ ଆଜି ପରି ଦିନରେ ତାଙ୍କୁ ବହୁତ ଲୋକ ମନେ ପକାଇ ତାଙ୍କ ସ୍ମୃତିଚାରଣ ଜୀବନ ବାଣୀ ଉପରେ ଆଲୋକପାତ କରି ସ୍ଵର୍ଗୀୟ ଆତ୍ମାର ସଦଗତି କାମନା ସହ ନିରବ ପ୍ରାର୍ଥନା କରିଥିଲେ। କରୁଣାକର ତ୍ରିପାଠୀଙ୍କ ସାନ ପୁଅ କୃତଜ୍ଞତା ଜ୍ଞାପନ କରିଥିଲେ,ଆଇନଜୀବି ଜଗନ୍ନାଥ କଣ୍ଠ, ସହଦେବ ସିଂ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।



