ନୁଆଦିଲ୍ଲୀ: ଦିଲ୍ଲୀର ଲାଜପତ ନଗର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ଏବଂ ତାଙ୍କ ନାବାଳକ ପୁଅକୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ବୁଧବାର ସକାଳେ ବନ୍ଦ ଘରୁ ଉଭୟଙ୍କ ମୃତଦେହ ମିଳିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଡବଲ୍ ମର୍ଡର ଘଟଣା ଘଟିଥିବା ସୂଚନା ମିଳିଛି । ମୃତକଙ୍କ ନାମ ୪୨ ବର୍ଷୀୟ ରୁଚିକା ଏବଂ ତାଙ୍କ ୧୪ ବର୍ଷୀୟ ପୁଅ କୃଶ।
ଯାହା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେପଟେ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି ।ତେବେ ଏହି ଘଟଣାରେ ମା’ ଏବଂ ପୁଅକୁ ହତ୍ୟା କରିଥିବା ଚାକରକୁ ପୋଲିସ ଗିରଫ କରିଛି। ପଚରାଉଚରା ସମୟରେ ଚାକର ପୋଲିସକୁ କହିଛି ଯେ ମାଲିକାଣୀ ତାଙ୍କୁ ଗାଳି ଦେଇଥିଲେ, ତେଣୁ ସେ ରାଗିଗଲେ। ଏହି କ୍ରୋଧରେ ସେ ମାଲିକାଣୀ ଏବଂ ତାଙ୍କ ନାବାଳକ ପୁଅକୁ ଏକ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିଥିଲେ ।। ଏହା ପରେ ସେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଯିବା ସମୟରେ ସେ ଘର ବାହାରୁ ତାଲା ପକାଇ ଦେଇଥିଲେ।ତେବେ ପୋଲିସଙ୍କ କହିବାନୁଯାୟୀ, ମୃତ ମହିଳାଙ୍କ ସ୍ୱାମୀ ରାତିରେ ଘରେ ପହଞ୍ଚି ଏହି ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ସେ ଘରର ଦ୍ୱାର ବାହାରୁ ବନ୍ଦ ଥିବା ଦେଖିଥିଲେ। ଅନେକ ଥର ବାଡ଼ାଇବା ପରେ କୌଣସି ପ୍ରତିକ୍ରିୟା ନ ମିଳିବାରୁ ସେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦ୍ୱାର ଭାଙ୍ଗି ଦେଇଥିଲା, ତା’ପରେ ଭିତରର ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରୁଚିକାର ମୃତଦେହ ଶୟନ କକ୍ଷରେ ଏବଂ ପୁଅ କ୍ରିଶର ମୃତଦେହ ବାଥରୁମ ଭିତରେ ରକ୍ତରେ ବୁଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ଉଭୟଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିଲା। ପରେ ଏଥିରେ ଫେରାର ଥିବା ଚାକରର ସଂପୃକ୍ତି ସନ୍ଦେହ କରି ଖୋଳତାଡ ଆରମ୍ଭ ହୋଇଥିଲା । ସୂଚନା ପରେ, ଫରେନସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ନିକଟସ୍ଥ ସିସିଟିଭି ଫୁଟେଜ୍ ସ୍କାନ କରିଥିଲା । ପରେ ଚାକରକୁ ଠାବ କରି ଧରିଛି ପୋଲିସ୍ । ଏନେଇ ଅଧିକ ତଦନ୍ତ ଚାଲିଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)

