ପୂର୍ବତନ କାଉନସିଲର ଙ୍କ ହୃଦଘାତରେ ପରଲୋକ ପ୍ରାକ୍ତନ ସାଂସଦ ମହେଶ ସାହୁ ଙ୍କ ଶୋକ
ତାଳଚେର ୩/୭ ତାଳଚେର ପୌର ପରିଷଦର ପୂର୍ବତନ କାଉନସିଲର ବାବାଜୀ ଚରଣ ରାଉତଙ୍କ ଆଜି ଭୋର ସମୟରେ ପରଲୋକ ଘଟିଛି । ଗତକାଲି ରାତିରେ ସାମାନ୍ୟ୍ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ତାଳଚେର ସରକାରି ଡାକ୍ତରଖାନା କୁ ନିଆ ଯାଇଥିଲା ସେଠାରେ ଅଧିକ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରୁଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ମୃତ୍ତ୍ୟୁ ଘୋଷଣା କରି ଥିଲେ। ସ୍ବର୍ଗତ ବାବାଜୀ ଚରଣ ରାଉତଙ୍କୁ ମୃତ୍ୟୁ ବେଳକୁ ୬୬, ବର୍ଷ ହୋଇଥଲା , ଜନତା ଦଳ ସମୟରେ ସେ ତାଳଚେର ପୌର ପରିଷଦ ୪ନମ୍ବର ୱାର୍ଡ ରୁ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ସମୟରେ ୱାର୍ଡର ବହୁ ଉନ୍ନତି ମୂଳକ କାର୍ଯ୍ୟ ସେ କରିଥିଲେ । ଏଥିସହିତ ସ୍ବର୍ଗତ ରାଉତ ତାଳଚେର ର ପୂର୍ବତନ ରାଜା ସାହେବ ସ୍ବର୍ଗତ ରାଜେନ୍ଦ୍ର ଚନ୍ଦ୍ର ଦେବ ତଥା ରାଜ ପରିବାର ବର୍ଗଙ୍କ ସହିତ ଉତ୍ତମ ସଂପର୍କ ରଖି ବିଭିନ୍ନ କାର୍ଯକ୍ରମରେ ସାମିଲ ହେଉଥିଲେ । ତାଳଚେର ରାଇଫୁଲ କ୍ଲବ ର ସଦସ୍ୟ ରହିବା ସହିତ ଅନେକ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ସହିତ ସେ ଜଡିତ ରହି ବିଭିନ୍ନ ପ୍ରକାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ସେ ଜଣେ ମେଲାପି , ମିଷ୍ଟ ଭାଷୀ ପରୋପକାରୀ , ଧର୍ମ ପରାୟଣ ବ୍ୟକ୍ତି ଥିଲେ ।



