ଇଣ୍ଡିଆ ଗିନିଜ୍ ବୁକଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ ତାଳଚେରର କୁନିଝିଅ
ତାଳଚେର,୦୩/୦୭ ତାଳଚେର ବ୍ଲକ ଅନ୍ତର୍ଗତ ଗୋପାଳ ପ୍ରସାଦ ଗ୍ରାମ ପଂଚାୟତ ମଲ୍ଲୀବନ୍ଧ ଗ୍ରାମର ପିତାମ୍ବର ଗଡ଼ନାୟକ ସୁପୁତ୍ରୀ ସ୍ୱପ୍ନାଶ୍ରୀ ଗଡ଼ନାୟକ ୧୧୮ଟି ପିରିଅଡ଼ିକ ଟେବୁଲ ତତ୍ୱକୁ ମାତ୍ର ୨୫.୩୧ ସେକେଣ୍ଡରେ ଉଚାରଣ କରି ଇଣ୍ଡିଆ ଗିନିଜ୍ ବୁକଅଫ୍ ରେକର୍ଡ଼ରେ ନିଜର ସ୍ଥାନ ହାସଲ କରିପାରିଛନ୍ତି ବୋଲି ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି । ସେ ମାତ୍ର କମ ବୟସରୁ ନିଜର ଅଧ୍ୟ ବ୍ୟବସାୟ ଓ ପିତାମାତା, ଗୁରୁଜୀ, ଗୁରୁମା’ଙ୍କର ସ୍ନେହ ଓ ଶୁଭେଚ୍ଛା ଯୋଗୁଁ ଆଜି ଏସ୍ଥାନରେ ପଂହଚି ପାରିଛନ୍ତି । ଏହି ଖବର ପ୍ରଚାରିତ ହେବାପରେ ବିଧାୟକ ବ୍ରଜକିଶୋର ପ୍ରଧାନ ତାଙ୍କୁ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ପୁଷ୍ପଗୁଚ୍ଛା, ଉତୋରି ଦେଇ ସମ୍ମାନୀତ କରିଛନ୍ତି । ସେହିପରି ତାଳଚେରର ବିଭିନ୍ନ ପ୍ରାନ୍ତରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି । ସେ ଏଥିନେଇ ତାଳଚେରକୁ ଗୌରାବାନ୍ୱିତ କରିଥିବାରୁ ତାଳଚେର ଅଂଚଳରେ ଖୁସିର ମାହୋଲ ଖେଳିଯାଇଛି ।



