ଗାଈ ଗୁହାଳ ସାଜିଛି ଜାତୀୟ ରାଜପଥ
ଅନୁଗୋଳ: ଅନୁଗୋଳ ଜିଲ୍ଲାର ବଅଁରପାଳ ଠାରୁ ବଡକେରା ପର୍ଯ୍ୟନ୍ତ ଏବଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଗାଈଗୋରୁ ମାନଙ୍କ ଗୁହାଳ ସାଜିଛି ଜାତୀୟ ରାଜପଥ। ଏଠାରେ କାଞ୍ଜିଆ ହୁଦାର ବ୍ୟବସ୍ଥା ନ ଥିବାବେଳେ ମାଲିକ ମାନଙ୍କର ଅବହେଳା କାରଣରୁ ଟ୍ରାଫିକ ସମସ୍ୟା ଦେଖା ଦେଇଛି। ଅଯଥାରେ ଦୁର୍ଘଟଣା ଘଟି ଧନ ଜୀବନ ଯିବା ସହ କଥାକହିପାରୁ ନ ଥିବା ନିରୀହ ଗାଈ ଗୋରୁ ମାନେ ବଳି ପଡ଼ୁଛନ୍ତି। ଏଠି ପ୍ରଶାସନର ଅବହେଳା ନା ଗାଈ ମାଲିକ ମାନଙ୍କର ଅବହେଳା ତାହା ସାଧାରଣରେ ପ୍ରଶ୍ନବାଚୀ ?ଅନୁଗୋଳ ରୁ ସୁଧାକର ସାହୁ



