ଜିନ୍ଦଲ ନଗରରେ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବାହୁଡ଼ା ଯାତ୍ରା

ଅନୁଗୁଳ, ୦୫ ଜୁଲାଇ : ଦେବଭୂମି ଜିନ୍ଦଲ ନଗରରେ ବାହୁଡ଼ା ଯାତ୍ରା ବେଶ ଆଧ୍ୟାତ୍ମିକ ଓ ଭକ୍ତି ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି । ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଚତୁର୍ଦ୍ଧାମୂର୍ତ୍ତୀ, ବଡ଼ଠାକୁର ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ଜଗନ୍ନାଥ ଏବଂ ଶ୍ରୀ ସୁଦର୍ଶନ ଗୁଣ୍ଡିଚା ମନ୍ଦିରରୁ ଦେବଭୂମି ସ୍ଥିତ ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।ଦେବଭୂମିର ପ୍ରଥମ ସେବିକା ଓ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ପ୍ରଥମ ସେବକ ଓ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ତଥା କୁରୁକ୍ଷେତ୍ରରୁ ୩ଥର ନିର୍ବଚିତ ହୋଇଥିବା ସାଂସଦ ଶ୍ରୀ ନବୀନ ଜିନ୍ଦଲଙ୍କ ପତ୍ନୀ ଶ୍ରୀମତି ଶାଲୁ ଜିନ୍ଦଲ ଶ୍ରଦ୍ଧା ଓ ସମର୍ପଣର ସହ ଛେରାପହଁରା ଓ ପହଣ୍ଡି ନୀତି ତୁଲାଇ ଥିଲେ ।ଏହା ପୂର୍ବରୁ ବଡ଼ି ଭୋର ୫ଟା ସମୟରେ ମନ୍ଦିରର ଦ୍ୱାର ଫିଟା ନୀତି ପରେ ମଙ୍ଗଳ ଆରତୀ, ମଇଲମ, ତଡ଼ପ ଲାଗି, ଅବକାଶ ନୀତି ଏବଂ ଅନ୍ୟାନ୍ୟ ନୀତିକାନ୍ତି ମନ୍ଦିରର ମୁଖ୍ୟ ପୂଜକ ଶ୍ରୀକାନ୍ତ ଜୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା ।ବାହୁଡ଼ା ଯାତ୍ରା ଅବସରରେ ଜିନ୍ଦଲ ନଗର ବାସିନ୍ଦାଙ୍କ ସମେତ ଆଖପାଖ ଗ୍ରାମ ଗୁଡ଼ିକରୁ ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା। ଭକ୍ତମାନେ ଶ୍ରୀ ଜଗନ୍ନାଥ,ଭଉଣୀ ସୁଭଦ୍ରା ଏବଂ ବଡ ଭାଇ ବଳଭଦ୍ରଙ୍କ ରଥ ଗୁଡ଼ିକୁ ଉତ୍ସାହ ଉଦ୍ଦୀପନାର ସହ ଟାଣି ଥିଲେ।ଚତୁର୍ଦ୍ଧାମୂର୍ତ୍ତୀ ଆସନ୍ତା ତିନି ଦିନ ଯାଏ ରଥ ଉପରେ ରହିବେ । ରବିବାର, ସୋମବାର ଓ ମଙ୍ଗଳବାର ଯଥାକ୍ରମେ ସୁନାବେଶ, ଅଧରପଣା ଏବଂ ନୀଳାନ୍ଦ୍ରି ବିଜେ ନୀତି ସମ୍ପନ ହେବ । ଏହି ତିନି ଦିନ ଧରି ଭକ୍ତମାନେ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ଓ ଆର୍ଶୀବାଦ ଲାଭ କରିପାରିବେ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)

