
ଆଜି ତା ୭ /୭/୨୦୨୫ ରିଖ ସୋମବାର ଦିନ ଆମ୍ବେଦକର ସେବା ସଂଗଠନ ଢେଙ୍କାନାଳ ଆନୁକୁଲ୍ୟରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରା(ରାଜସ୍ଵ)ଙ୍କ ଜରିଆରେ ମାନ୍ୟବର ଓଡ଼ିଶା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି।ଏହି ଦାବିପତ୍ର ଓଡ଼ିଶାର ୩୦ଟି ଜିଲ୍ଲାରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ଓଡ଼ିଶା ମାନବତା ବଞ୍ଚାଅ ଅଭିଯାନ ମାଧ୍ୟମରେ ଏହି ଅଭିଯାନ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି।ଏହି ବିକ୍ଷୋଭ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ସିଂହପୁର ଗ୍ରାମର ଦୁଇଜଣ ଅନୁସୂଚିତ ଜାତିର ଲୋକ ବାବୁଲି ନାୟକ ଓ ବୁଲୁ ନାୟକ ତିନୋଟି ଗାଈବାଛୁରୀ କିଣି ଘରକୁ ଫେରୁଥିବା ବେଳେ ଗୋରକ୍ଷା ଦଳର କିଛି ଅସାମାଜିକ ବ୍ୟକ୍ତି ତାଙ୍କୁ ୩୦ ହଜାର ଟଙ୍କା ମାଗିଥିଲେ। ସେମାନେ ଟଙ୍କା ଦେଇ ନପାରିବାରୁ ଗୋଚାଲାଣ କରୁଛ ବୋଲି ମିଥ୍ୟା ଆରୋପ କରି ସେମାନଙ୍କୁ ନିର୍ମମ ମାଡ଼ ମାରିବା ସହିତ ଘାସ ଖୁଆଇ ଥିଲେ ଓ ନାଳ ପାଣି ପିଆଇ ୨ କିଲୋମିଟର ଆଣ୍ଠେଇ ଆଣ୍ଠେଇ ଚଲେଇ ଥିଲେ।ଏଥିରେ ମନ ଶାନ୍ତ ହେଲାନି ଯେ ସେମାନଙ୍କୁ ଅର୍ଦ୍ଧ ଲଣ୍ଡା କରି ଗ୍ରାମ ପରିକ୍ରମା କରାଇ ବର୍ବରଚିତ କାର୍ଯ୍ୟ କରିଥିଲେ। ଏହି ଅମାନବୀୟ ଓ ଅସାମ୍ବିଧାନିକ କାର୍ଯ୍ୟପାଇଁ ଆଜି ଓଡ଼ିଶା ବିଶ୍ଵରେ ନିନ୍ଦିତ ହେଇଛି।ଏଣୁ ସମସ୍ତ ସାମାଜିକ ସଂଗଠନ ମାନବବାଦୀ ବିଚାରକ ମାନେ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି। ଅସାମ୍ବିଧାନିକ ଓ ବେଆଇନ ଗୋରକ୍ଷା ଦଳକୁ ନିଷିଦ୍ଧ ଘୋଷଣା କରିବା ସହିତ ଆଗାମୀ ଦିନରେ ଏପରି କାର୍ଯ୍ୟ କଳାପକୁ ସଂପୂର୍ଣ୍ଣ ବନ୍ଦ୍ କରିବାପାଇଁ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି। ଆମ୍ବେଦକର ସେବା ସଂଗଠନ ଢେଙ୍କାନାଳ ତରଫରୁ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାଏକ, ସଂପାଦକ ଚିତ୍ରସେନ ନାଏକ ସହିତ ଅକ୍ଷୟ ମଲ୍ଲିକ,ଅଶୋକ ମଲିକ, ସମୀର ନାଏକ ଓ ସାଥିମାନେ ଯୋଗଦାନ କରିଥିଲେ।



