ଡ଼ିଏଭି ଜଗନ୍ନାଥ କ୍ଷେତ୍ରର ଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ମାନିତ

ତାଳଚେର – ତା ୮/୭/୨୦୨୫ରିଖ -ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ବାରା ରାଜ୍ୟ ସ୍ତରୀୟ ୭୬ ତମ ବନ ମହୋତ୍ସବ ଅବସରରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ବର ଠାରେ ରାଜ୍ୟର କନିଷ୍ଠ ଓ ବରିଷ୍ଠ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତା ରେ ବରିଷ୍ଠ ବିଭାଗରେ ଡ଼ିଏଭି ଜଗନ୍ନାଥ କ୍ଷେତ୍ରର ପି. ଶୁଭଶ୍ରୀ ବକ୍ତୃତା ପ୍ରତିଯୋଗିତାରେ ତୃତୀୟ ସ୍ଥାନ ହାସଲ କରି ବିଦ୍ୟାଳୟର ଗୌରବ ମଣ୍ଡନ କରିଛନ୍ତି। “ଛାତ୍ର ଛାତ୍ରୀଙ୍କ ଅବଦାନ : ଜଙ୍ଗଲ ବୃଦ୍ଧିର ଏକ ଗୁରୁତ୍ବ ପୂର୍ଣ୍ଣ ଭୂମିକା “- ଶୀର୍ଷକ ତାଙ୍କର ବକ୍ତୃତା ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ଦ୍ବାରା ସେ ମଧୂସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଥିବା ସଭାରେ ଟ୍ରଫି ଓ ମାନ ମାନପତ୍ର ପାଇ ସମ୍ମାନିତ ହୋଇଥିଲେ। ତାଙ୍କର ଏହି କୃତିତ୍ତ୍ବ ପାଇଁ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଶୁକ୍ଳ। ଚକ୍ରବର୍ତ୍ତୀ ସାଧୁବାଦ ଜ ଜଣାଇ ଛନ୍ତି।




